Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଟ୍ୟୁନିସିଆ: ପ୍ରବାସୀଙ୍କ ନୌକା ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ହେଲା ୫୪

12/06/2020 at 6:05 PM

ସ୍ଫେକ୍ସ ୧୨।୬:  ପ୍ରବାସୀଙ୍କ ନୌକା ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ଶୁକ୍ରବାର ୫୪ରେ ପହଞ୍ଚିଛି। ମୃତକଙ୍କ ତଲାସ ଲାଗି ଚଳାଯାଇଥିବା ଅଭିଯାନରେ ମୃତ ଦେହ ମିଳିବାରେ ଲାଗିଛି। ଏଣୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି।

ଗତ ଶନିବାର ଟ୍ୟୁନିସିଆ ଉପକୂଳରୁ ଏକ ନୌକା ପ୍ରବାସୀଙ୍କୁ ନେଇ ଇଟାଲୀ ଯାଉଥିବା ରାସ୍ତାରେ ସ୍ଫେକ୍ସ ସହର ନିକଟରେ ଓଲଟି ପଡିଥିଲା। ଫଳରେ ନୌକାରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ମଝି ସମୁଦ୍ରରେ ବୁଡି ଯାଇଥିଲେ। ଟ୍ୟୁନିସିୟ ଉଦ୍ଧାରକାରୀ ଦଳ ଗୁରୁବାର ଉଭୟ ପୁରୁଷ ଓ ମହିଳାଙ୍କର ୧୩ଟି ଶବ ଉଦ୍ଧାର କରିଥିଲେ। ଚଳିତ ସପ୍ତାହ ଆରମ୍ଭରେ ୨ଜଣ ଶିଶୁ  ସମେତ୨୦ ଜଣ ବୟସ୍କଙ୍କ ଶବ ଭାସି ଭାସି ସ୍ଫେକ୍ସର କେର୍କେନାହ ଦ୍ୱୀପରେ ଲାଗିଥିଲା। ସମୁଦ୍ରରେ ଭାସୁଥିବା  ଅବସ୍ଥାରେ ୧୯ଟି ଶବ ଉଦ୍ଧାର ହୋଇଥିଲା। ନୌକା ଦୁର୍ଘଟଣା ସ୍ଥଳରେ ନେଭି ଓ ବୁଡାଳି ଦଳଙ୍କ ତଲାସ ଅଭିଯାନ ଜାରି ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରିଛନ୍ତି ସ୍ଫେକ୍ସ ରିଜିୟନର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଲୀ ଆୟାଦୀ।

ସମସ୍ତ ମୃତକ ଆଫ୍ରିକା ଉପସାହାରା ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଟ୍ୟୁନିସିଆ ଏବେ ପ୍ରବାସୀଙ୍କ ପ୍ରସ୍ଥାନ ସ୍ଥଲ ପହଞ୍ଚିଛି। ବିଭିନ୍ନ ୟୁରୋପୀୟ ଦେଶକୁ ଯିବା ଲାଗି ଲୋକେ ଏଠାକୁ ଚାଲିଆସୁଥିବା ବେଳେ ଅସୁରକ୍ଷିତ ଯାତ୍ରା କରି ପ୍ରାଣ ହରାଉଥିବା ଅଧିକାରୀ କହିଛନ୍ତି। ଏହା ପୂର୍ବରୁ ଅନ୍ୟ ଏକ ନୌକା ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଥିଲେ।  ଏହି ଦୁର୍ଘଟଣାରେ ୮୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା।   

   Related Posts