Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ତଳକୋର୍ଟର ରାୟ ହାଇକୋର୍ଟରେ ଖାରଜ: ବିବାହର ପ୍ରତିଶ୍ରୁତି ଦେଇ ସାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ସବୁ କ୍ଷେତ୍ରରେ ଦୁଷ୍କର୍ମ କୁହାଯାଇନପାରେ- ଓଡିଶା ହାଇକୋର୍ଟ

23/05/2020 at 9:20 PM

କଟକ, ୨୩|୦୫:   ଦୁଷ୍କର୍ମ ମାମଲାରେ ହାଇକୋର୍ଟ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ସାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସବୁ କ୍ଷେତ୍ରରେ ଦୁଷ୍କର୍ମ ନୁହେଁ ବୋଲି କୋର୍ଟ କହିଛନ୍ତି । ତଳ କୋର୍ଟରେ ଜଣେ ଅଭିଯୁକ୍ତର ଜାମିନ ଖାରଜ ଆଦେଶକୁ ରବ୍ଦ କରି କୋର୍ଟ ଏହା କହିଛନ୍ତି ।

ସୂଚନାନୁସାରେ, ଜଣେ ୧୯ ବର୍ଷୀୟା ଯୁବତୀ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଅଭିଯୁକ୍ତ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ । ଏପରିକି ଯୁବତୀଜଣଙ୍କ ଗର୍ଭବତୀ ମଧ୍ୟ ହୋଇଥିଲେ ।

ଏହାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏସକେ ପାଣିଗ୍ରାହୀ କହିଛନ୍ତି ଯେ, ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବାର ଅର୍ଥ ଦୁଷ୍କର୍ମ ନୁହେଁ । କାରଣ ଏହା ଆଇପିସି ଦଫା ୩୭୫ ଉପରେ ନିର୍ଧାରିତ ନୁହେଁ । ଏହି ଦଫାର କେବଳ ୧୮ ବର୍ଷରୁ କମ ବୟସର ନାବାଳିକାଙ୍କ ସହ ଇଚ୍ଛା ବିରୋଧରେ, ଡରାଇ ଧମକାଇ ବା ନିଶା ଦେଇ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ବୋଲି ଧରାଯାଏ ।

   Related Posts