Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ମଦରସାରେ ନାବାଳିକାଙ୍କ ପ୍ରତି ଯୌନ ଶୋଷଣ ଅଭିଯୋଗ, ୬୩ ବର୍ଷ ବୟସ୍କ ଶିକ୍ଷକ ଗିରଫ

2/06/2019 at 8:21 PM

ମଦରସାରେ ଏକ ୮ ବର୍ଷ ବୟସ୍କା ନାବାଳିକାକୁ ଯୌନ ଉତ୍ପୀଡନ ଅଭିଯୋଗରେ ପୋଲିସ ସେଠାରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଉଥିବା ୬୩ ବର୍ଷ ବୟସ୍କ ଶିକ୍ଷକଙ୍କୁ ଗିରଫ କରିଛି । କେରଳ କୋଟ୍ଟାୟମ ଜିଲ୍ଲା ତଲାୟୋଲାପୋରାମ୍ବୁ ମଦରସାରେ ଏଭଳି ହୋଇଥିବା ଜଣାପଡିଛି। ଛାତ୍ରୀଙ୍କ ପ୍ରତି ଯୌନ ଉତ୍ପୀଡନ ଘଟଣା ଜଣା ପଡିବା ପରେ ମଦରସା ପରିଚାଳନା କରୁଥିବା ମହାଲ୍ଲୁ କମିଟି  ଶିକ୍ଷକ ୟୁସୁଫକୁ  ବିଦ୍ୟାଳୟରୁ ବହିଷ୍କାର କରି ଦେଇଥିଲା। କମିଟିର ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିବା ସହ କୋର୍ଟରେ ହାଜର କରିଥିବା ବେଳେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଗତ ମେ ୩୧ ତାରିଖ ଦିନ ମୋହାଲ୍ଲୁ କମିଟି ନଜରକୁ ଏଭଳି ଅଭିଯୋଗ ଆସିଥିଲା। ସେତେବେଳେ ମଦରସାରେ ପଢୁଥିବା ଏକ ୮ ବର୍ଷ ବୟସ୍କା ଛାତ୍ରୀ ଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଜାତନା ଅଭିଯୋଗ ଆଣିଥିଲେ। ତେବେ ମାମଲା ଏବେ ପୋଲିସର ପହଞ୍ଚିଥିବା ବେଳେ  ଅନ୍ୟ ଛାତ୍ରୀମାନେ ମଧ୍ୟ ଅଭିଯୋଗ କଲେଣି। ଏଣୁ ପୋଲିସ ଛାତ୍ରୀମାନଙ୍କ ବୟାନ ରେକର୍ଡ କରୁଥିବା ବେଳେ ୟୁସୁଫ ବିରୋଧରେ ପକସୋ ଆଇନର ଧାରାରେ ମୋକଦ୍ଦମା ରୁଜୁ କରାଯାଇଛି।

ଘଟଣା ପରେ ଶିକ୍ଷକ ୟୁସୁଫ ଗାଁରୁ ଫେରାର ହୋଇଯାଇଥିଲା। ତେବେ କମିଟି ଥାନାରେ ଏତଲା ରୁଜୁ କରିବା ପରେ ପୋଲିସ ତାକୁ ଏର୍ଣ୍ଣାକୁଲମ ଜିଲ୍ଲା ତ୍ରିସୁରରୁ ଗିରଫ କରିଥିଲା।  ପୋଲିସର ପ୍ରାଥମିକ ତଦନ୍ତ ବେଳେ ୟୁସୁଫ ଜଣେ ଯୌନ ବିକାରଗ୍ରସ୍ତ ରୋଗୀ ଓ ସେ ୨୫ ବର୍ଷ ବୟସର ହୋଇଥିବା ବେଳେ ତା ବିରୋଧରେ ପ୍ରଥମ ଦୁଷ୍କର୍ମ ଅଭିଯୋଗ ହୋଇଥିବା ଜଣାପଡିଛି। 

   Related Posts