Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଏଟିଏମ ଗୃହ ଭିତରେ ଯୁବତୀଙ୍କୁ ଯୌନ ଉତ୍ପୀଡନ : ଭିଡିଓ ରେକଡିଂ କରି ଭାଇରାଲ କଲେ ଯୁବତୀ

13/05/2019 at 3:18 PM

ମୁମ୍ବାଇ ୧୩\୫ : ମୁମ୍ବାଇରେ ଏଟିଏମ ଗୃହ ଭିତରେ ଯୁବକ ଜଣେ ଯୁବତୀଙ୍କ ସହ ଯୌନ ଉତ୍ପୀଡନ କରିଥିଲେ । ଯୁବତୀ ଜଣକ ଏକ ମ୍ୟୁଜିକ ଶୋରୁ ଘରକୁ ଫେରୁଥିଲେ । ବିଳମ୍ବିତ ରାତିରେ ସେ ଏକ ଅଟୋରେ ଘରକୁ ଫେରୁଥିଲେ । ଅଟୋବାଲାକୁ ଦେବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା । ଟଙ୍କା ଉଠାଇବା ପାଇଁ ସେ ଏକ ଏଟିଏମରେ ଅଟକି ଥିଲେ । କିନ୍ତୁ କୌଣସି କାରଣରୁ ଏସବିଆଇ ଏଟିଏମରୁ ଟଙ୍କା ବାହାରିନଥିଲା । ସେତେବେଳେ ଜଣେ ଯୁବକ ଆସି ତାଙ୍କୁ ସାହାଯ୍ୟ କରିବେ କି ବୋଲି ପଚାରିଥିଲେ । ଯୁବତୀ ଅଟୋବାଲାକୁ ଟଙ୍କା ଦେବାରେ ତାଙ୍କୁ ସାହାଯ୍ୟ କରିପାରନ୍ତି ବୋଲି ସେ କହିଥିଲେ କିନ୍ତୁ ଯୁବକ ମନା କରିଦେଇଥିଲେ। ଯୁବତୀ ଜଣକ ଚିନ୍ତିତ ହୋଇପଡିଲେ ଏହାପରେ ଅଟୋବାଲା ଏବଂ ଯୁବତୀଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଯୁବତୀ ପୋଲିସକୁ ନିଜ ପରିସ୍ଥିତି ସମ୍ପର୍କରେ କହିଥିଲେ ।

ପୁଣିଥରେ ଏଟିଏମ ଭିତରକୁ ଯିବା ପରେ ସେହି ଯୁବକ ପୁଣି ଏଟିଏମ ଭିତରକୁ ପ୍ରବେଶ କରିଥିଲା ଏବଂ ଯୁବତୀଙ୍କ କାନ୍ଧ ଏବଂ ଜଙ୍ଘକୁ ଛୁଇଁବାକୁ ଚେଷ୍ଟା କରିଥିଲା । ଯୁବତୀ ତୁରନ୍ତ ପଛକୁ ଓଲଟି ପାଟି କରିଥିଲେ । ଠିକ ଏତିକିବେଳେ ଯୁବକ ଜଣକ ଯୁବତୀଙ୍କୁ ସମ୍ବୋଧନ କରି ନିଜ ପ୍ରାଇଭେଟ ପର୍ତ ପ୍ୟାଣ୍ଟରୁ ବାହାର କରିଥିଲେ । ଏତିକିବେଳେ ଯୁବତୀ ନିଜ ପହଁ କାଢି ଘଟଣାର ଭିଡିଓ ରେକଡିଂ କରିବା ଆରମ୍ଭ କରିସାରିଥିଲେ । ଭିଡିଓ ରେକଡିଂ ହେଉଥିବା ଜାଣିପାରି ଯୁବକ ସେଠାରୁ ଦୌଡ଼ି ପଳାଇଥିଲା । ଠିକ ସେତେବେଳେ ସେହି ରାସ୍ତା ଦେଇ ଏକ ପୋଲିସ ଭ୍ୟାନ ଯାଇଥିଲା । ଯୁବତୀ ଦୌଡ଼ି ଯାଇ ପୋଲିସଙ୍କୁ ସାହାଯ୍ୟ ପାଇଁ କହିଥିଲେ । ପୋଲିସ ଅଭିଯୁକ୍ତର ପିଛା କରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ।  

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଉକ୍ତ ଯୁବକ ବିରୋଧରେ ମହିଳାମାନଙ୍କୁ ଯୌନ ଉତ୍ପୀଡ଼ନ ମାମଲା ରହିଛି । ଗିରଫ ପରେ ଅଭିଯୁକ୍ତ କହିଥିଲା ଯେ, ଘଟଣା ବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲା । ତାର କିଛି ମନେ ନାହିଁ । ଯୁବତୀ ଏ ସମ୍ପର୍କରେ ଟ୍ୱିଟର ଏବଂ ଇନ୍ସଟାଗ୍ରାମରେ ମଧ୍ୟ ପୋଷ୍ଟ କରିଛନ୍ତି ।

   Related Posts