Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପାକିସ୍ତାନରେ ଅସୁରକ୍ଷିତ ଅଣମୁସଲିମ୍ , ଦୁଷ୍କର୍ମ ଓ ଅସଦାଚରଣର ଶୀକାର ହେଉଛନ୍ତି ସଂଖ୍ୟାଲଘୁ ମହିଳା

22/01/2020 at 1:25 PM

ଇସଲାମାବାଦ ୨୧।୦୧: ପାକିସ୍ତାନରେ ଦିନକୁ ଦିନ ବଢିଚାଲିଛି ସଂଖ୍ୟାଲଘୁଙ୍କ ଉପରେ ନିର୍ଯାତନା ଓ ଅତ୍ୟାଚାର । ଏକ ରିପୋର୍ଟରୁ ଜଣାଯାଇଛି ଯେ, ପାକିସ୍ତାରେ କୌଣସି ଧର୍ମର ମହିଳା ସୁରକ୍ଷିତ ନୁହିଁନ୍ତି । ୨୦୧୯ରେ କରାଚୀର ଅବସ୍ଥାପିତ ଥିବା ତିନୋଟି ମେଡିକାଲରୁ ଯୌନ ଉତ୍ପୀଡନ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଏହି ତିନୋଟି ମେଡିକାଲରେ ଯୌନ ଉତ୍ପୀଡନ ନେଇ ୫୪୫ଟି ମାମଲା ରହିଛି । ୪୦୭ମହିଳାଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ବେଳେ ୧୩୮ଜଣ ମହିଳାଙ୍କ ସହିତ ଅସଦାଚରଣର ଶୀକାର ହୋଇଛନ୍ତି ।

ପାକିସ୍ତାନର ଏକ ପ୍ରମୁଖ ଖବରକାଗଜ ମୁତାବିକ, ୪୧୭ ଯୌନ ଉତ୍ପୀଡନ ମାମଲାରେ ସଂପୃକ୍ତ ଥିବା ସନ୍ଦିଗ୍ଧମାନଙ୍କୁ ଜିନ୍ନା ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ସେଣ୍ଟର, ଡା. ରୁଥ ଫାଓ ସିବିଲ ମେଡିକାଲ କରାଚି, ଅଓ୍ବାସୀ ସହିଦ ମେଡିକାଲରେ ଯାଞ୍ଚ କରାଯାଇଥିଲା । ୨୦୧୯ରେ ହୋଇଥିବା ସମସ୍ତ ଘଟଣାରେ ପୋଲିସ କାହାର ବି ନାମ ସର୍ବସମ୍ମୁଖକୁ ଆଣିନାହିଁ । କିନ୍ତୁ ଜଣେ ଅଧିକାରୀଙ୍କ କହିବାନୁଯାୟୀ, ମହାନଗର ଗୁଡିକରେ ପୂର୍ବ ତୁଳନାରେ ଯୌନ ଉତ୍ପୀଡନ ମାମଲା ବଢିଛି। ତିନି ମେଡିକାଲର ପରିସଂଖ୍ୟନ କହୁଛି ଯେ, ୨୦୧୩ରୁ ୨୦୧୯ ମଧ୍ୟରେ ୨,୫୦୦ମହିଳାଙ୍କ ଦୁଷ୍କର୍ମ ମାମଲା ସହିତ ୫୯୩ଟି ଅସଦାଚରଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

ବର୍ଷକୁ ବର୍ଷ ବଢିଚାଲିଛି ମାମଲା- ପରିସଂଖ୍ୟନ ଅନୁସାରେ ୨୦୧୩ରେ ୩୨୫, ୨୦୧୪ରେ ୩୨୪, ୨୦୧୫ରେ ୩୪୨, ୨୦୧୬ରେ ୨୬୦,୨୦୧୭ରେ ୩୩୧,୨୦୧୮ରେ ୪୧୧ ଓ ଗତବର୍ଷ ୪୦୭ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।

   Related Posts