Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସାଂଘାତିକ ଅଭିଯୋଗ: ମାତୃଛାୟା ଆଶ୍ରମରେ ନିରାଶ୍ରୟ ମହିଳାଙ୍କୁ ଯୌନ ଶୋଷଣ

22/01/2020 at 8:52 PM

ବରଗଡ଼୨୨/୧: ସାଂଘାତିକ ଅଭିଯୋଗ । ନିରାଶ୍ରୟ ମହିଳାଙ୍କୁ ଆଶ୍ରୟସ୍ଥଳୀରେ ଯୌନ ଶୋଷଣ। ଆଶ୍ରୟ କେନ୍ଦ୍ରରେ ଅନ୍ତେବାସିନୀଙ୍କୁ ଦିଆଯାଉଛି ଯୌନ ନିର୍ଯାତନା । ଏଭଳି ଅଭିଯୋଗ ଆସିଛି ବରଗଡ଼ରେ ଥିବା ମାତୃଛାୟା ଆଶ୍ରମ ବିରୋଧରେ। ନାଁ ମାତୃଛାୟା। ହେଲେ ଏହି ଆଶ୍ରମ ମହିଳାମାନଙ୍କ ପାଇଁ ପାଲଟିଛି ଶୋଷଣର କେନ୍ଦ୍ର । ମାତୃଛାୟାରେ ଚାଲିଛି ମାରାତ୍ମକ ଖେଳ।ବରଗଡ ମାତୃଛାୟା ଆଶ୍ରମରେ ଚାଲିଛି କ’ଣ? ଅନ୍ତେବାସିନୀଙ୍କ ମୁହଁରେ ନିର୍ଯାତନାର କାହାଣୀ। ନିରାଶ୍ରୟ ମହିଳା ଓ ଯୁବତୀଙ୍କୁ ସାଂଘାତିକ ନିର୍ଯାତନା। ଯୌନ ଶୋଷଣ ସହ ବିକ୍ରି କରାଯିବା ଅଭିଯୋଗ ।

ମାତୃଛାୟାର ଅନ୍ତେବାସିନୀଙ୍କ ମୁହଁରେ ନିର୍ଯାତନାର କରୁଣ କାହାଣୀ ।କେବଳ ନିର୍ଯାତନା ନୁହେଁ ତ ବରଂ ଯୌନ ଶୋଷଣ ।ଯୁବତୀ ଓ ମହିଳା ମାନଙ୍କୁ ବିକ୍ରି କରିଦିଆଯାଉଛି । ବୟସ୍କ ବୃଦ୍ଧ ବ୍ୟକ୍ତିଙ୍କୁ ଝିଅ ଓ ମହିଳା ମାନଙ୍କୁ ଦେଖାଇ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଉଛି । ତା ପରେ ବିବାହ କଥା କହି ବିକ୍ରି କରି ଦିଆଯାଉଛି । ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରଗଡ଼ ସଦର ଥାନା ଅନ୍ତର୍ଗତ ଚକରକେନ୍ଦ ସ୍ଥିତ ମାତୃଛାୟା ଆଶ୍ରମରେ ଥିବା ଯୁବତୀ ଓ ମହିଳାମାନେ ।ସେମାନଙ୍କୁ ବିବାହ କରାଯିବ କହି ବୟସ୍କ ବୃଦ୍ଧ ବ୍ୟକ୍ତିଙ୍କୁ ବିକ୍ରି କରିଦିଆଯାଉଛି ।

କେବଳ ସେତିକି ନୁହେଁ ଚେକିଂ କରାଯିବା ନାଁରେ ଯୁବତୀ ମାନଙ୍କୁ ଉଲଗ୍ନ କରାଯାଉଛି ।ଏପରିକି ମାତୃଛାୟା ଆଶ୍ରମରେ ୧୮ ବର୍ଷରୁ ଅଧିକ ବୟସର ଝିଅଙ୍କୁ ରଖାଯାଇଥିଲେ ମଧ୍ୟ ଗତ ଜୁଲାଇ ମାସରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ଏଠାରେ ବେଆଇନ ଭାବେ ରଖାଯାଇଥିଲା ।ଏପରିକି ଏହି ନାବାଳିକାକୁ ୬୦ ହଜାର ଟଙ୍କାରେ ଜଣେ ଯୁବକକୁ ବିକ୍ରି କରିଦିଆଯାଇଥିବା ଅଭିଯୋଗ ଆସିଛି । ମାତୃଛାୟା ଆଶ୍ରମ ଉପରେ ଏହି ନାବାଳିକା ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଏଭଳି ଅଭିଯୋଗ ଆସିଛି ମାତୃଛାୟା ଆଶ୍ରମର ପରିଚାଳକ ଦେବଦତ୍ତ ତ୍ରିପାଠୀଙ୍କ ନାଁରେ ।ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ଏହାକୁ ଚପାଇ ଦେବାକୁ ସଫଳ ହୋଇଥିଲେ ଆଶ୍ରମର ପରିଚାଳକ।ମାତୃଛାୟା ଆଶ୍ରମର ସେବିକା ଲବଙ୍ଗ ଓ ରଞ୍ଜୁ ମଧ୍ୟ ଏଥିରେ ସଂପୃକ୍ତ ବୋଲି ଅନ୍ତେବାସିନୀ ମାନେ ଅଭିଯୋଗ କରିଛନ୍ତି ।ପୂର୍ବରୁ ଆଶ୍ରମର କିଛି ସୁନ୍ଦରୀ ଯୁବତୀ ଓ ମହିଳାଙ୍କୁ ଉଲଗ୍ନ କରାଯାଇ ସେମାନଙ୍କର ଫଟୋ ଗ୍ରାହକ ମାନଙ୍କ ନିକଟକୁ ପଠାଯାଉଥିଲା ।

ରାଜ୍ୟ ବାହାରର ଧନୀକ ଶ୍ରେଣୀର ବୟସ୍କ ବ୍ୟକ୍ତିଙ୍କୁ ବିକ୍ରି କରିଦେବା ପାଇଁ ଉଦ୍ୟମ ଚାଲିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଖସି ଆସିଥିଲେ। ଜଣେ ଅଟୋ ଡ୍ରାଇଭରଙ୍କୁ ସେମାନେ ସାହାଯ୍ୟ ମାଗିବା ପରେ ଅଟୋ ଡ୍ରାଇଭର୍ ଜଣକ ସେମାନଙ୍କୁ ନେଇ ନିଜର ଏକ ଭଡ଼ା ଘରେ ରଖିଥିଲା ।ହେଲେ ୨ ଜଣ ମହିଳା ବଜାର ଯାଇଥିବା ବେଳେ ମାତୃଛାୟା ଆଶ୍ରମ ପରିଚାଳକ ସେମାନଙ୍କୁ ସେଠାରୁ ଉଠାଇ ନେଇଥିଲେ ।ଧରାପଡ଼ିଯିବା ଆଶଙ୍କାରେ ଅନ୍ୟ ୩ ଅନ୍ତେବାସିନୀ ଏବେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍ ହୋଇଛନ୍ତି ।

ଅଭିଯୋଗ ପାଇବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଲିସ ମାମଲା ରୁଜୁ କରିଛି ।ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠା ନିଆଯିବାର ପ୍ରତିଶ୍ରୁତି ଦିଆଯାଇଛି ।ତେବେ ବର୍ତ୍ତମାନ ନାରୀ ସୁରକ୍ଷା ଏବଂ ମହିଳା ଶସକ୍ତିକରଣ ପାଇଁ ସରକାରୀ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ବରଗଡ଼ର ମାତୃଛାୟା ଆଶ୍ରମରେ ଯୁବତୀ ଓ ମହିଳାମାନଙ୍କୁ ଯୌନ ଶୋଷଣ କରାଯିବା ସହିତ ବିକ୍ରି କରାଯିବା ଉଦ୍ୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

   Related Posts