ଉବେର ଡ୍ରାଇଭର ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ : ୬୯ କୋଟି କ୍ଷତିପୂରଣ ଦାବି କଲେ ମହିଳା
3/04/2019 at 4:09 PM

ୱାସିଂଟନ ୩/୪ : ଉବେର ଡ୍ରାଇଭର ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ମହିଳା ଡ୍ରାଇଭର ବିରୋଧରେ ୧ କୋଟି ଡଲାର (ପାଖାପାଖି ୬୯ କୋଟି ଟଙ୍କା) ଜୋରିମାନା ଦାଏର କରିଛନ୍ତି | ମହିଳା ଜଣକ ୱାସିଂଟନର | ଗତବର୍ଷ ଜଣେ ଉବେର କ୍ୟାବ ଡ୍ରାଇଭର ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ କରିଥିବା ମହିଳା ଜଣକ ଅଭିଯୋଗ କରିଥିଲେ | ମାମଲା ଦାଏର ହେବାପରେ ଡ୍ରାଇଭର ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଏବେ ସେ ଜେଲରେ ଦଣ୍ଡ ଭୋଗୁଛନ୍ତି |
ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା | ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ଡିଏନଏ ନମୁନା ସଂଗ୍ରହ କରିଥିଲା | ଡିଏନଏ ନମୁନାରୁ ମହିଳାଙ୍କ ଅଭିଯୋଗ ସତ ପ୍ରମାଣିତ ହୋଇଥିଲା | ଘଟଣା ୨୦୧୮ ମସିହା ଏପ୍ରିଲ ମାସରେ ଘଟିଥିଲା |
ମହିଳା ଉବେର ଡ୍ରାଇଭର ବିରୋଧରେ ଅଭିଯୋଗ କରିଥିଲେ ଯେ, ଜଣେ ଗ୍ରାହକ ହିସାବରେ ତାଙ୍କ ପ୍ରତି ଅନ୍ୟାୟ ହୋଇଛି | ଉବେର ଡ୍ରାଇଭର ନିଜ ଗ୍ରାହକଙ୍କ ପାର୍ଟି ଥିବା କର୍ତବ୍ୟ ପାଳନ କରି ନିୟମ ଉଲଂଘନ କରିଛି | ଏହାସହ ମହିଳା ଜଣକ କମ୍ପାନୀ ବିରୋଧରେ ମଧ୍ୟ ଅଭିଯୋଗ କରିଥିଲେ | ସେ କହିଥିଲେ ଯେ, କମ୍ପାନୀ ମଦ ପିଇଥିବା ମହିଳାଙ୍କୁ ଯୋଗେଇ ଦେଉଥିବା ସେବାରେ ଚେତାବନୀ ଦେବାରେ ବିଫଳ ହୋଇଛି |
ଅସଦାଚରଣ ବା ହମଲାରେ ହୋଇଥିବା ଶାରୀରିକ ତଥା ଭାବନାତ୍ମକ ଆଘାତ ଯୋଗୁଁ ମହିଳା ଉବେର ଡ୍ରାଇଭର ଏବଂ କମ୍ପାନୀ ବିରୋଧରେ କ୍ଷତିପୂରଣ ଦାବି କରିଥିଲେ | କ୍ଷତିପୂରଣ ବାବଦକୁ ମହିଳା ୧ କୋଟି ଡଲାର ଦାବି କରିଥିଲେ |