ପରିବେଶବିତ୍ ଆର .କେ ପଚୌରୀଂକ ପାଇଁ ବଢ଼ିଲା ଅଡ଼ୁଆ,ସହକର୍ମୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ହେବ ଚାର୍ଜଫ୍ରେମ

Published By : Prameya-News7 Bureau | September 14, 2018 IST

ନୂଆଦିଲ୍ଲୀ;୧୪/୦୯- ବିଖ୍ୟାତ୍ ପରିବେଶବିତ୍ ତଥା ଦ ଏନର୍ଜି ଆଣ୍ଡ ରିର୍ସୋସେସ୍ ଇନଷ୍ଟିଚ୍ୟୁଟ( ଟି.ଇ.ଆର.ଆଇ)ର ପୂର୍ବତନ ମୁଖ୍ୟ ଆ.କେ ପଚୌରୀଂକ ବିରୋଧରେ ଯୌନ ନିଯ୍ୟାତନା ମାମଲା ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ ହେବ । ଦିଲ୍ଲୀ ମେଟ୍ରୋପୋଲିଟାନ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟଯେ ,ପଚୌରୀଂକ ଟିଆରଆଇରେ ରିସର୍ଚ୍ଚ ଆନାଲିଷ୍ଟ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା ସହକର୍ମୀ ଏହି ଅଭିଯୋଗ ଆଣିଥିଲେ । ମହିଳା ସହଯୋଗୀଂକ ଆଧାରରେ ପଚୌରିକଂକ ବିରୋଧରେ ୨୦୧୫ ମସିହା ଫେବୃଆରୀ ୧୩ ତାରିଖରେ ପୋଲିସରେ ମାମଲା ରୁଜୁ ହୋଇଥଲା। ମାର୍ଚ୍ଚ ୨୧ତାରିଖରେ ପଚୌରୀ ଆଗୁଆ ଜାମିନ୍ ପାଇଥିଲେ। ୨୦୧୬ ମାର୍ଚ୍ଚ ୧ ତାରିଖରେ ପୋଲିସ ପଚୌରୀଂକ ବିରୋଧରେ ୧୪୦୦ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା।ପଚୌରୀ ଯୌନ ନିର୍ଯ୍ୟାତନା ଦେବା ସଂପର୍କରେ ଯଥେଷ୍ଠ ପ୍ରମାଣ ରହିଛି ବୋଲି ଅଭିଯୋଗ ଫର୍ଦ୍ଦରେ କୁହାଯାଇଥିଲା।ପୁଣି ୨୦୧୭ ମସିହା ମାର୍ଚ୍ଚ ମାସରେ ପୋଲିସ ଅତିରିକ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା ।ପୋଲିସ ପକ୍ଷରୁ ଦାଖଲ ଫାଇନାଲ ରିପୋର୍ଟରେ କୁହାଯାଇଥିଲା ଯେ ପଚୌରୀଂକ ମୋବାଇଲ ଓ କଂପ୍ୟୁଟରରୁ ଉଡ଼ାଇ ଦିଆଯାଇଥିବା ହ୍ଵାଟସ ଆପ୍ ମେସେଜ ,ଏସଏମଏସ, ଇ-ମେଲ କୁ ପୁନରୁଦ୍ଧାର କରିବାରେ ପୋଲିସ ସକ୍ଷମ ହୋଇଛି।ଏ ଗୁଡ଼ିକ କୌଣସି ଭାବେ ଅତିରଂଜିତ ନୁହେଁ। ଏ ସବୁ ସତ୍ତ୍ଵେ ଏହା ତାଂକ ବିରୋଧରେ ମିଥ୍ୟା ଅଭିଯୋଗ ବୋଲି ପଚୌରି କହିଆସୁଥିଲେ । ଦିଲ୍ଲୀ ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ୍ ଏହି ମାମଲାରେ ପଚୌରିଂକ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୫୪/୩୫୪(କ) ଓ ୫୦୯ ଧାରାରେ ଚାର୍ଜଫ୍ରେମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.