କୁଜଙ୍ଗ ଅତିରିକ୍ତ ଜେଲରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ଶାରିରୀକ ସମ୍ପର୍କ ରଖିବା ପାଇଁ ମହିଳା ୱାଡରଙ୍କୁ କରୁଥିଲେ ବାଧ୍ୟ !
28/05/2019 at 9:14 PM

କୁଜଙ୍ଗ୨୮|୫: କୁଜଙ୍ଗ ଅତିରିକ୍ତ ଜେଲରଙ୍କ ବିରୋଧରେ ଯୌନ ନିର୍ଯାତନାର ସଙ୍ଗିନ ଅଭିଯୋଗ ଆଣିଛନ୍ତି ମହିଳା ଓ୍ବାର୍ଡ଼ର କର୍ମଚାରୀ। କୁଜଙ୍ଗ ସ୍ଥିତ ସମାଗୋଳ ଠାରେ ଥିବା କୁଜଙ୍ଗ ଉପ କାରାଗାରର ଅତିରିକ୍ତ ଜେଲରଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାଯୋଗ୍ୟ ଯେ, ଏହି ଜେଲରେ ଦୀର୍ଘ ୬ବର୍ଷ ଧରି ମହିଳା ଓ୍ବାର୍ଡ଼ର କାର୍ଯ୍ୟ କରି ଆସୁଥିବା ଅନୀତା ଶାସମଲ ଏହି ଅଭିଯୋଗ ଆଣିଛନ୍ତି । ଅଭିଯୋଗ ମୁତାବକ ଅନୀତାଙ୍କର ଡ଼୍ୟୂଟି ମହିଳା ଓ୍ବାର୍ଡ଼ରେ ଥିବା ବେଳେ ତାଙ୍କୁ ଜାଣିଶୁଣି ଅଶୋକ ନିଜ କାର୍ଯ୍ୟାଳୟରେ କମ୍ପ୍ୟୁଟର କାର୍ଯ୍ୟରେ ନିୟୋଜିତ କରନ୍ତି। ତେବେ ଅନୀତା କାମ କରୁଥିବା ସମୟରେ ତାଙ୍କ ଦେହରେ ହାତ ଲଗାଇବା ତାଙ୍କ ସହିତ ଖରାପ ସମ୍ପର୍କ ରଖିବା ପାଇଁ ବାଧ୍ୟ କରନ୍ତି ବୋଲି ଅନିତା ଅଭିଯୋଗ କରିଛନ୍ତି।

ଅନେକ ସମୟରେ ଅନୀତା ଏ ସବୁକୁ ବାରଣ କରୁଥିଲେ ମଧ୍ୟ ତାଙ୍କୁ ଯୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ପାଇଁ ବଅତିରିକ୍ତ ଜେଲର ବାଧ୍ୟ କରନ୍ତି। ତେବେ ଏ ଘଟଣାକୁ ନେଇ ଅନୀତା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅନୀତା ଅଭିଯୋଗ କରିଛନ୍ତି।

ଏ ସବୁ ଘଟଣାକୁ ଚାପିବା ପାଇଁ ଅତିରିକ୍ତ ଜେଲର ଏବେ ଅନୀତାଙ୍କୁ ମାନସିକ ଚାପ ଦେଉଥିବା ଅଭିଯୋଗ ହୋଇଛି। କେତେବେଳେ ଅନୀତାଙ୍କୁ ଚାକିରୀରୁ ନିଲମ୍ବିତ କରିବା ଧମକ ତ କେତେବେଳେ ଅନ୍ୟତ୍ର ବଦଳି କରିବାର ଧମକ। କେବଳ ସେତିକି ନୁହେଁ ଅନୀତାଙ୍କୁ ଛୁଟି ଦେଉନଥିବା ଓ ଏକ ପ୍ରକାର ତାଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି ।

ଶେଷରେ ନ୍ୟାୟ ପାଇବା ପାଇଁ ଗଣମାଧ୍ୟମର ସାହାରା ନେଇଥିବା ଅନୀତା ପ୍ରକାଶ କରିଥିବାବେଳେ ଅତିରିକ୍ତ ଜେଲର ମହାଶୟ ଙ୍କୁ ଗଣମାଧ୍ୟମ ପ୍ରତିନିଧି ଫୋନ ଯୋଗେ ଯୋଗାଯୋଗ କରିଥିଲେ ପ୍ରଥମେ ଫୋନ ରିଙ୍ଗ ହେବା ଓ ପରେ ଫୋନ ବନ୍ଦ କରିଦେଇଥିଲେ।