Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କନେଷ୍ଟବଳଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ, ନୀଳଗିରି ଥାନାରେ ପହଞ୍ଚି ତଦନ୍ତ କଲେ ଭିଜିଲାନ୍ସ ଅଧିକାରୀ

6/09/2020 at 9:55 PM

ନୀଳଗିରି ୦୬/୦୯: ବାଲେଶ୍ଵର ଭିଜିଲାନ୍ସ  ଅଫିସରେ କାର୍ଯ୍ୟରତ କନେଷ୍ଟବଳ ମନୋରଞ୍ଜନ ମାଝୀଙ୍କ ନାମରେ ଦୁଷ୍କର୍ମ ଭଳି ଗୁରୁତର  ଅଭିଯୋଗ ଆସିବା ପରେ ଖାକିରେ କଳଙ୍କ ଲାଗିଛି। ଘଟଣାକୁ ନେଇ ଆଜି ଭିଜିଲାନ୍ସ ଅଧିକାରୀ ନୀଳଗିରି ଥାନାରେ ପହଁଚି ତଦନ୍ତ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ନାଉପଦା ଅଂଚଳର ଜଣେ ଯୁବତୀଙ୍କ ସହିତ ବାଲେଶ୍ୱର ଅଙ୍ଗାରଗଡ଼ିଆ ଅଂଚଳର ଅର୍ଜୁନ ମାଝୀଙ୍କ ପୁଅ ମନୋରଞ୍ଜନ (୪୮)ଙ୍କର ପରିଚିତ ହୋଇଥିଲା। ଅର୍ଜୁନ ଭିଜିଲାନ୍ସ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ବେଳେ ସେ ନୀଳଗିରି ହାତିମୁଣ୍ଡା ଅଞ୍ଚଳରେ ରହୁଥିବା ମୟୁରଭଞ୍ଜ ଜିଲ୍ଲାର ୩୫ ବର୍ଷୀୟ ଯୁବତୀଙ୍କୁ ଗତ ଜୁନ ମାସ ୨୯ ତାରିଖ ଦିନ ଧର୍ଷଣ କରିଥିଲା। ଏହି ପରି ବାରମ୍ବାର ଧମକ ଦେଇ କନଷ୍ଟେବଳ ଜଣକ ଯୁବତୀଙ୍କୁ ଧର୍ଷଣ କରି ଚାଲିଥିଲେ।

ହେଲେ କଜସାଫଳ ଓ ଅଙ୍ଗରଗଡ଼ିଆରେ ରଖି ମଧ୍ୟ ଯୁବତୀଙ୍କୁ ସେ ଧର୍ଷଣ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବାଲେଶ୍ଵର ଅଂଚଳ ଥାନାରେ ମାମଲା ରୁଜୁ ନହେବାରୁ ଗତ ୪ ତାରିଖରେ ମହିଳା ଜଣକ ନୀଳଗିରି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।। ଏନେଇ  ନୀଳଗିରି ଥାନାରେ ୩୦୩ ନମ୍ବର ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରି ଯୁବତୀ ଜଣଙ୍କର  ଡାକ୍ତରୀ ମାଇନା କରିଥିଲେ।

ସେପଟେ ଅଭିଯୁକ୍ତ କନେଷ୍ଟବଳ ଜଣକ ଅଫିସରୁ ଛୁଟି ନେଇ କୁଆଡେ ଫେରାର ହୋଇଯାଇଥିବାବେଳେ ଘଟଣାକୁ ନେଇ ଭିଜିଲାନ୍ସ ସତ୍ୟତା ପାଇଁ ତଦନ୍ତ କରୁଥିବା ଜଣାପଡିଛି। ଆଜି ଭିଜିଲାନ୍ସ ଡ଼ିଏସପି ଏସ.କେ ସାମନ୍ତରା ନୀଳଗିରି ଥାନାରେ ପହଞ୍ଚି ତଦନ୍ତ କରିଫେରିଛନ୍ତି। ତେବେ ସଂପୃକ୍ତ କନେଷ୍ଟବଳ ଜଣଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।

   Related Posts