Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ଙ୍କ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ତେଜିଲା ରାଜନୀତି

13/04/2020 at 7:16 PM

ଓ୍ବାଶିଂଟନ୍ ୧୩।୪: ଆମେରିକାରେ କରୋନା ଭାଇରସ୍ ମହାମାରୀ ଯୋଗୁଁ ହାହାକାର ଦେଖାଦେଇଛି । କିନ୍ତୁ ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାରୁ ଏଭଳି ପରିସ୍ଥିତିରେ ରାଜନୀତି ମଧ୍ୟ କ୍ରମାଗତ ଭାବରେ ହେଉଛି । ଏସବୁ ମଧ୍ୟରେ ଡେମୋକ୍ରାଟ୍ସ ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ  ଦୌଡରେ ଆଗରେ ଥିବା ଜୋ ବିଡେନ ବିଡେନଙ୍କୁ ଏକ ବଡ ଝଟକା ଲାଗିଛି । ଅତୀତରେ ତାଙ୍କ ସହ କାମ କରିଥିବା ଜଣେ ମହିଳା ଜୋ ବିଡେନଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ସେବେଠାରୁ ଆମେରିକା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

ନ୍ୟୁଜ୍ ଏଜେନ୍ସି ଏପି ଅନୁଯାୟୀ, ତାରା ରେଡ୍ଡୀ ନାମକ ଜଣେ ମହିଳା ଜୋ ବିଡେନଙ୍କ ବିରୋଧରେ ୧୯୯୩ରେ ଯୌନ ଶୋଷଣ କରିଥିବା ଅଭିଯୋଗ ଆଣିଛନ୍ତି । ସେତେବେଳେ କ୍ୟାପିଟାଲ ହିଲ ଅଫିସରେ ଜୋ ବିଡେନ କାର୍ଯ୍ୟରତ ଥିଲେ ଏବଂ ତାରା ମଧ୍ୟ ତାଙ୍କ ସହ କାମ କରୁଥିଲେ ।

ବର୍ତ୍ତମାନ ଏହି ମାମଲାରେ ତାରାଙ୍କ ତରଫରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଛି । ଓ୍ବାଶିଂଟନରେ ଦାଖଲ ହୋଇଥିବା ଏହି ରିପୋର୍ଟରେ ସେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ନାମ ଦର୍ଶାଇଛନ୍ତି । ଏହା ପ୍ରଥମ ଘଟଣା ନୁହେଁ ଯେ ଏଭଳି ଅଭିଯୋଗ ହୋଇଛି । ଏହା ପୂର୍ବରୁ ମଧ୍ୟ ଗତବର୍ଷ ତାରା ଜୋ ବିଡେନଙ୍କ ବିରୋଧରେ ଦୁର୍ବ୍ୟବହାର ନେଇ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ଯେତେବେଳେ ବିବାଦ ଦେଖାଦେଲା ସେତେବେଳେ ଜୋ ବିଡେନଙ୍କ କାର୍ଯ୍ୟାଳୟ ତରଫରୁ ସଫେଇ ଦିଆଯାଇ ଏହି ଅଭିଯୋଗଗୁଡିକ ଭୁଲ ବୋଲି କୁହାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ମହିଳାଙ୍କ ଅଭିଯୋଗର ଉଚିତ୍ ତଦନ୍ତ କରାଯିବା ଉଚିତ୍ । ଏଭଳି ପରିସ୍ଥିତିରେ ଅନେକ ଏହାକୁ ରାଜନୈତିକ ଷଡଯନ୍ତ୍ର ବୋଲି କହୁଛନ୍ତି ।

ପ୍ରାଥମିକ ନିର୍ବାଚନ ସମୟରେ ଜୋ ବିଡେନଙ୍କ ବିରୋଧରେ କେତେକ ମହିଳା ତାଙ୍କୁ ଦୁର୍ବ୍ୟବହାର ଏବଂ ଆଲିଙ୍ଗନ କରିଥିବା ଅଭିଯୋଗ କରିଥିଲେ । କିନ୍ତୁ ପ୍ରଥମ ଥର ପାଇଁ ଜଣେ ମହିଳା ଏଭଳି ଅଭିଯୋଗ କରିଛନ୍ତି ।

   Related Posts