ମସାଜ କରିବା ବାହାନାରେ ନାବାଳିକା ନ୍ୟାସନାଲ ଖେଳାଳିଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, ୱାର୍ଡ ବୟ ଗିରଫ

Published By : Prameya-News7 Bureau | August 11, 2019 IST

ଉଦବନ୍ତ ନଗର (ବିହାର): ଜାତୀୟ ସ୍ତରର ଜନୈକ ନାବାଳିକା ହ୍ୟାଣ୍ଡବଲ ଖେଳାଳିଙ୍କ ସହ ଯୌନ ଉତ୍ପିଡନା ଅଭିଯୋଗ ହୋଇଛି। ଆହତ ଖେଳାଳି ଏକ ଘରୋ କ୍ଲିନିକ୍ କୁ ଚିକିତ୍ସା ନିମନ୍ତେ ଆସିଥିବା ବେଳେ ମସାଜ କରିବା ବାହାନାରେ ୱାର୍ଡ ବୟ ତାଙ୍କ ପ୍ରତି ଯୌନ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକା ଖେଳାଳି ଉଦବନ୍ତ ନଗର ଥାନାରେ ଲିଖିତ ଏତଲା ଦେଇଥିବା ବେଳେ ପୋଲିସ ୱାର୍ଡ ବୟକୁ ଗିରଫ କରିଛି । ମାମଲା ଏବେ ତଦନ୍ତାଧିନ ଥିବା ବେଳେ ଘଟଣା ଏବେ ବିହାର ଭୋଜପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":143265}

ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ ଜଗଦୀଶପୁର ଥାନା ଅଞ୍ଚଳରେ ରହୁଥିବା ଜାତୀୟ ହ୍ୟାଣ୍ଡବଲ ଖେଳାଳି ତାଙ୍କ ଘର ଛାତରୁ ପଡି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଜିରୋ ମାଇଲସ୍ଥିତ  କୌଶଲ୍ୟା ସମୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ।  ରାତିରେ ନାବାଳିକା ହସ୍ପିଟାଲ ବେଡରେ ଶୋଇଥିବା ବେଳେ ୱାର୍ଡ ବୟ ତାଙ୍କୁ ଚିକିତ୍ସକୀୟ ପରାମର୍ଶ କହି ମସାଜ କରିବାକୁ କହିଥିଲେ। ମସାଜ କରିବା ବେଳେ ନାବାଳିକାଙ୍କ ପ୍ରତି ଅସଦାଚରଣ କରିବାରୁ ସେ ଏହାର ବିରୋଧ କରିଥିଲେ। ଫଳରେ ହସ୍ପିଟାଲ ୱାର୍ଡରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ୱାର୍ଡ ବୟ ସେଠାରୁ ଚାଲି ଯାଇଥିଲା।

{"id":143266}

ଏ ନେଇ ନାବାଳିକା ପରିବାର ଲୋକଙ୍କୁ କହିବାରୁ ସେମାନେ ହସ୍ପିଟାଲ କାର୍ଯ୍ୟକର୍ତ୍ତାଙ୍କୁ ଜଣାଇଥିଲେ। ତେବେ ହସ୍ପିଟାଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ବଦଳେ ଘଟଣାକୁ ରଫାଦଫା କରିବାକୁ କୁହାଯାଇଥିଲା। ଏଥିରେ ଅସନ୍ତୁଷ୍ଟ ପରିବାର ଲୋକେ ଉଦବନ୍ତ ନଗର ପୋଲିସକୁ ଜଣାଇଥିବା ବେଳେ ନାବାଳିକା ଲିଖିତ ଅଭିଯୋଗ କରିଛନ୍ତି । ମାମଲାରେ ପୋଲିସ ହସ୍ପିଟାଲର ୱାର୍ଡ ବୟକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ହାତ ଥିବା ଏବେ ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.