ଭୁବନେଶ୍ବର ପାଲଟିଛି ଦେହ ବ୍ୟବସାୟର ପେଣ୍ଠସ୍ଥଳୀ, ଭିତିରିଆ କଥାର ପର୍ଦ୍ଦାଫାଶ କଲେ ରୂପଜୀବୀ, କ'ଣ କହୁଛନ୍ତି ଦେଖନ୍ତୁ

Published By : Prameya-News7 Bureau | December 25, 2019 IST

ଭୁବନେଶ୍ୱର ୨୫।୧୨: ଦିନ କେଇଟା ପରେ ନୂଆ ବର୍ଷ । ଭୁବନେଶ୍ବରରେ ହେବ ଜିରୋ ନାଇଟ୍ ସେଲିବ୍ରେସନ । ହେଲେ ଏହା ପୂର୍ବରୁ ରାଜଧାନୀରେ ଜାଲ ବିଛାଇ ସାରିଛି ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ । ଏହା ପଛରେ କାମ କରୁଛି ବାଂଲାଦେଶୀ ଲେଡିଙ୍କ ବ୍ରେନ୍ । ତାଙ୍କ ହେପାଜତରେ ଏବେ  ପାଖାପାଖି ୨୦ ଜଣ ଯୁବତୀ ଅଛନ୍ତି । ଏମିତି ଅନେକଙ୍କ ହେପାଜତରେ ଝିଅମାନେ ରହିଥିବା ନେଇ ଚର୍ଚ୍ଚା ହେଉଛି ।  ନୂଆବର୍ଷ ମଉଜ ପାଇଁ ଆଗକୁ ବାଂଲାଦେଶରୁ ଆହୁରି ଝିଅ ଓଡ଼ିଶା ଆସିବେ । ଏହି ସବୁ ଝିଅଙ୍କର ଦେଖାଶୁଣା ଠାରୁ ଗ୍ରାହକ ଯୋଗାଡ଼ର ସମସ୍ତ ଦାୟିତ୍ବ ନେଉଛନ୍ତି  ବାଂଲାଦେଶୀ ରାଣୀ ମହୁମାଛି । କିଏ କେଉଁ ହୋଟେଲରେ କାହା ସହ ରାତି କାଟିବେ ତାର ସବୁ ହିସାବ କିତାବ ମଧ୍ୟ ରଖୁଛନ୍ତି । କ୍ୟାମେରା ଆଗରେ ସେମିତି ଜଣେ କରିତ୍ କର୍ମା ଲେଡିଙ୍କ କଳା କାହାଣୀ ବଖାଣିଛନ୍ତି ଜଣେ ବାଂଲାଦେଶୀ ରୂପଜୀବୀ ।

ବଡ଼ ଚାକିରୀର ପ୍ରଲୋଭନ ଦେଖାଇ ସେମାନଙ୍କୁ ଓଡ଼ିଶା ଅଣାଯାଏ । ହେଲେ ଓଡ଼ିଶା ପହଞ୍ଚିବା ପରେ ସେମାନଙ୍କୁ ଏଭଳି କାର୍ଯ୍ୟ ଲିପ୍ତ କରାଯାଏ, ଯାହା ବିଷୟରେ କଳ୍ପନା ମଧ୍ୟ କରିହେବ ନାହିଁ । ଦେହ ବ୍ୟବସାୟରେ ସେମାନଙ୍କୁ ନିୟୋଜିତ କରାଯାଏ । ଆଉ ବିରୋଧ କଲେ ଆରମ୍ଭ ହୁଏ ନିର୍ଯାତନା । ମାଡ଼, ଗାଳି, ପୋଲିସ ହାତରେ ଧରାଇ ଦେବାର ଧମକ । ଦିନକୁ ଏହି ରୂପଜୀବୀଙ୍କ ଠାରୁ ୧୫ ହଜାର ନେଇଥାନ୍ତି ରାଣୀ ମହୁମାଛି । ଆଉ ସେମାନଙ୍କୁ କେତେ ଟଙ୍କା ମିଳେ, ତାହା ସେମାନଙ୍କ ମୁହଁରୁ ହିଁ ଶୁଣି ନିଅନ୍ତୁ ।

wp:html /wp:html

ତେବେ କିଏ ସେହି ଅଞ୍ଜଳି ? ଅଞ୍ଜଳି ବାଂଲାଦେଶର ନା ଭୁବନେଶ୍ବରର ? କେମିତି ସେ ରାଜଧାନୀରେ ଦେହର ପସରା ମେଲିଲେ ? ସତ କଥା ହେଉଛି ଗ୍ରାହକଙ୍କ ଡିମାଣ୍ଡ ବଢିଲେ, ଅଞ୍ଜଳିଙ୍କ ଭଳି ରାଣୀ ମହୁମାଛିମାନେ ତାଙ୍କ ହାତ ଲମ୍ବା କରି ଦିଅନ୍ତି ଆଉ ଲାଗି ପଡ଼ନ୍ତି କେଉଁଠୁ କେମିତି ଆଣିବେ ରୂପଜୀବୀ । ଆଉ ସେତେବେଳେ ଗ୍ରାହକଙ୍କ ମନଲାଖି ଯୋଗାଡ଼ରେ ବ୍ୟସ୍ତ ହୋଇଯାଆନ୍ତି ।  ଲିଙ୍କ୍ ହୁଏ ଭୁବନେଶ୍ବରରୁ ବାଂଲାଦେଶ ଭାୟା କୋଲକାତା । ଏ ଲିଙ୍କ କେମିତି ହୁଏ  ଆମେ ଆଗକୁ କହିବୁ । ଗରିବ ଝିଅଙ୍କୁ ଟାର୍ଗେଟ୍ କରିବା ସହ ଭଲ ଚାକିରୀର ପ୍ରଲୋଭନ ଦେଖାନ୍ତି ।

ଆଉ ଭୋକ ମାରିବା ପାଇଁ ଆଉଟୁପାଉଟୁ ହେଉଥିବା ଗରିବ ଝିଅମାନେ ଯେତେବେଳେ ଭୁବନେଶ୍ବର ଛୁଟି ଆସନ୍ତି, ସେତେବେଳେ ହିଁ ଜଣାପଡ଼େ ସେମାନଙ୍କର ଅସଲ ଉଦ୍ଦେଶ୍ୟ । ଛିନଛତର ହୋଇଯାଏ ସେହି ସରଳ ଝିଅର ଆଶା । ଆଉ ସେମାନଙ୍କୁ ବ୍ୟବହାର କରାଯାଏ ରାଜଧାନୀରେ ହୋଟେଲ, ଲଜ୍ ଓ ସର୍ଭିସ୍ ଅନ୍ କଲ୍ରେ । ରାଜଧାନୀରେ ସେମାନଙ୍କୁ ଅନୈତିକ କାର୍ଯ୍ୟକଳାପରେ ଜୋର ଜବରଦସ୍ତ ଲିପ୍ତ କରାଇ ସେମାନେ ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି । ଆଉ ଥରେ ସେହି ରାସ୍ତାରେ ଓହ୍ଲାଇବା ପରେ, ଫେରିବାର ସବୁ ରାସ୍ତା ବନ୍ଦ ହୋଇଯାଏ । ଆଉ ଲାଗିଯାଏ ରୂପଜୀବୀର ଟ୍ୟାଗ୍ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.