Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଲକଡାଉନ୍‌ରେ ଅନଲାଇନ୍ ଦେହବେପାର: ସୋସିଆଲ୍ ଡିଷ୍ଟାନ୍ସିଂ ପାଇଁ ନୂଆ ଫର୍ମୁଲା କରିଛନ୍ତି ସେକ୍ସ ଓ୍ୱାର୍କର, ଅଧଘଣ୍ଟାକୁ ହଜାରେ

28/05/2020 at 8:37 PM

ବେଙ୍ଗାଲୁରୁ, ୨୮|୦୫:  ସାରା ଦେଶରେ କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଜାରି କରାଯାଇଛି । ଏହି ସମୟରେ ସୋସିଆଲ ଡିଷ୍ଟାନ୍ସ୍ ବା ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ଫଳରେ ଦେହ ବ୍ୟବସାୟ ମଧ୍ୟ ମାନ୍ଦା ହୋଇଯାଇଛି । ଦେହଜୀବୀମାନେ ଏବେ ନୂଆ ଉପାୟ ଆପଣାଇଛନ୍ତି । ସେମାନେ ଏବେ ଅନଲାଇନରେ ନିଜ ଗ୍ରାହକଙ୍କ ନିକଟତର ହେବାକୁ ଚାହୁଁଛନ୍ତି । କରୋନା ଭୟରେ ଗ୍ରାହକମାନେ ମଧ୍ୟ ଦେହଜୀବୀଙ୍କ ପାଖକୁ ଯାଉନାହାଁନ୍ତି ।

ଏବେ ଦେହଜୀବୀମାନେ ଗ୍ରାହକଙ୍କ ପାଇଁ ଅନଲାଇନ୍ ସେବା ଆରମ୍ଭ କରିଛନ୍ତି । ନିଜ ଗ୍ରାହକଙ୍କ ସହ ଅନଲାଇନ୍ ଭିଡିଓ ଚାଟ୍ ଓ ଇ ଓ୍ୱାଲେଟରେ ପେମେଣ୍ଚ ଅଫର୍ ଦେଉଛନ୍ତି । ଜଣେ ବ୍ୟବସାୟୀ ବାଙ୍ଗାଲୋରରେ ଜଣେ ଦେହଜୀବୀଙ୍କ ସହ ଆଲୋଚନା କରିଥିଲେ । ଜୁମ୍ ଆପରେ ସେମାନେ ଏବେ କରବାର ଚଳାଇଥିବା ଦେହଜୀବୀଜଣଙ୍କ କହିଥିଲେ ।

ଦେହଜୀବୀଜଣଙ୍କ କହିଥିଲେ ଯେ, ସେମାନେ ଜୁମ୍ ଆଇଡି ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି । ଏଥିରେ ସେମାନେ ଗ୍ରାହକଙ୍କ ସହ ଭିଡିଓ କଲିଂ କରୁଛନ୍ତି । ଏଥିରେ ଗ୍ରାହକଙ୍କୁ ଘଣ୍ଟା ହିସାବସରେ ଟଙ୍କା ଦେବାକୁ ପଡୁଛି । ତାହା ପୁଣି ଅନଲାଇନରେ । କାରଣ ଆଉ କିଛି ବିକଳ୍ପ ନାହିଁ ।

ସେହିପରି ଆଉଜଣେ ଦେହଜୀବୀ କହିଛନ୍ତି ଯେ, ସେ ଅନଲାଇନ୍ କାରବାରରେ ୩୦ ମିନିଟକୁ ୧୦୦୦ ଟଙ୍କା ନେଉଛନ୍ତି । ଏହାର ପେମେଣ୍ଟ୍ ଗୁଗୁଲ୍ ପେ ଓ ପେଟିଏମ୍ ଦ୍ୱାରା କରାଯାଉଛି । ଭିଡିଓ ଚାଟ୍ ପୂର୍ବରୁ ଗ୍ରାହକମାନେ ଅନଲାଇନ୍ ପେମେଣ୍ଟ୍ ଦେଉଛନ୍ତି ।ଏହି ସମୟରେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଉଛି । 

ସେହିପରି ବିଶେଷଜ୍ଞଙ୍କ କହିବାନୁସାରେ, ଦେହଜୀବୀମାନେ ଗ୍ରାହକଙ୍କ ସହ ସିଧାସଳଖ କଣ୍ଟାକ୍ଚରେ ଆସିବା ଅନୁଚିତ । ଏପରି କ୍ଷେତ୍ରରେ କରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେଣୁ ସେମାନେ ଅନଲାଇନକୁ ସହଜ ଓ ସୁରକ୍ଷିତ ଭାବେ ଗ୍ରହଣ କରିଛନ୍ତି ।

   Related Posts