ନିଜ ଘରେ ଘର ବାହାରର କାହାରି ସହ ଶାରୀରିକ ସମ୍ପର୍କ ରଖିବା ବେଆଇନ୍ ଓ ଦଣ୍ଡନୀୟ, କିନ୍ତୁ ଅଟକାଇ ପାରିବନି ପୋଲିସ

Published By : Prameya-News7 Bureau | June 01, 2020 IST

ଲଣ୍ଡନ, ୦୧|୦୬: ଏବେ ଅନ୍ୟ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଉପରେ ଲାଗିଲା କଟକଣା । କୌଣସୀ ଦେହଜୀବୀସହ ଶାରିରୀକ ସମ୍ପର୍କ ରଖିବା ଏଣିକି ବେଆଇନ୍ । ବ୍ରିଟେନରେ ଏପରି ବିଲ୍ ପାରିତ ହୋଇଛି ।  

ବ୍ରିଟେନ୍ ସରକାରଙ୍କ ଏହି ନୂଆ ବିଲ୍‌ରେ, କୌଣସି ବ୍ୟକ୍ତି ବା ମହିଳା ସେମାନଙ୍କ ସ୍ୱାମୀ, ପତ୍ନୀ, ପ୍ରେମିକ, ପ୍ରେମିକାଙ୍କ ବ୍ୟତୀତ ଆଉ କାହା ସହ ଶାରୀରିକ ସମ୍ପର୍କ ରଖିଲେ ତାହା ଏଣିକି ବେଆଇନ । ନିଜ ଘରେ ମଧ୍ୟ ପତ୍ନୀ ବା ପତିଙ୍କ ବ୍ୟତୀତ ଆଉ କାହା ସହ ଶାରୀରିକ ସମ୍ପର୍କ ରଖିବା ମନା । ଶାରୀରିକ ସମ୍ପର୍କ ରଖିବାକୁ ଅନ୍ୟ କାହା ଘରକୁ ମଧ୍ୟ ଯିବା ବେଆଇନ ।

{"id":279876,"width":826,"height":551,"sizeSlug":"large"}

ଏନେଇ ଇଂଲଣ୍ଡ ସଂସଦରେ ବିଲ୍ ପାରିତ ହୋଇଛି । ଏହାସହ ପୂର୍ବରୁ ଥିବା ଆଇନରେସଂଶୋଧନ କରାଯାଇଛି । ସୋମବାର ଇଂଲଣ୍ଡ ସଂସଦରେ ଏହା ପାରିତ ହୋଇଛି । ତେବେ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଏବଂ ସାମାଜିକ ଦୂରତାର ରକ୍ଷା ପାଇଁ ଏପରି ଆଇନ ପ୍ରସ୍ତୁତ କରାଯାଇଛି ।

ଏହି ବିଲ୍  ଅନୁଯାୟୀ, ସାମାଜିକ ଦୂରତା ରକ୍ଷା କରିବା ପାଇଁ  କେହି ବ୍ୟକ୍ତି ଅନ୍ତେଷ୍ଟି କ୍ରିୟା ଭଳି କୌଣସି କାର୍ଯ୍ୟକ୍ରମରେ ଏକାଠି ହୋଇପିରବେ ନାହିଁ । ଏପରିକି ଅଲଗା ହୋଇ ରହୁଥିବା ପିତାମାତା ମଧ୍ୟ ନିଜ ସନ୍ତାନଙ୍କୁ ଦେଖା କରିବା ପାଇଁ ଯାଇପାରିବେ ନାହିଁ ।  ତେବେ କିଛି ଦିନ ପୂର୍ବରୁ ଏକ ରିପୋର୍ଟରେ ଲକଡାଉନ୍ ସମୟରେ ଯୁବପୀଢି ସବୁଠାରୁ ଅଧିକ ଶାରୀରିକ ସମ୍ପର୍କ ରଖୁଥିବା ପ୍ରକାଶ ପାଇଥିଲା ।

ତେବେ ଯଦି କେହି ଏପରି ନିୟମର ଉଲଙ୍ଘନ କରନ୍ତି ଏବଂ ପୋଲିସକୁ ସୂଚନା ମିଳିଲେ ମଧ୍ୟ ପୋଲିସ ଏହା ବିରୋଧରେ କିଛି କରିପାରିବ ନାହିଁ ବୋଲି କୁହାଯାଇଛି ।

ଆଡାମ୍ ଓ୍ୱାଗନର୍ ନାମକ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ଏହି ବିଲ୍ ଯଥାର୍ଥ ନୁହେଁ । ଏହା କାହାର ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ କରିବା ସହ ସମାନ । ଏହାକୁ ନେଇ ସଂସଦରେ ବିତର୍କର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.