Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କାର୍ ଭିତରେ ମିଳିତ ଜାତିସଙ୍ଘର ଅଧିକାରୀଙ୍କ ସେକ୍ସ ଭିଡିଓ ଭାଇରାଲ୍ : ଅଭିଯୁକ୍ତଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

27/06/2020 at 11:39 AM

ଜେରୁଜେଲମ୍ ୨୭/୬: ମିଳିତ ଜାତିସଙ୍ଘର ଜଣେ ଅଧିକାରୀ ମହିଳାଙ୍କ ସହ କାରରେ ଶାରିରୀକ ସମ୍ପର୍କ ସ୍ଥାପନ କରୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ଏହି ଭିଡିଓ ଇସ୍ରାଏଲର ରାଜଧାନୀ ଜେରୁଜେଲମରୁ ସାମନାକୁ ଆସିଛି। ଭିଡିଓ ଭାଇରାଲ୍ ହେବା ପରେ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଏବଂ ଘୃଣ୍ୟ ଘଟଣା ବୋଲି ମିଳିତ ଜାତିସଙ୍ଘ କହିଛନ୍ତି।

ଭାଇରାଲ୍ ହେଉଥିବା କ୍ଲିପରେ ପରିଷ୍କାର ଭାବେ ଦେଖିବାକୁ ମିଳୁଛି ଯେ ଲାଲ ଡ୍ରେସ୍ ପିନ୍ଧିଥିବା ଜଣେ ମହିଳା କାରର ପଛ ସିଟରେ ଜଣେ ବ୍ୟକ୍ତିଙ୍କ ସହ ବସିଛନ୍ତି। ଏହା ବ୍ୟତୀତ କାରର ଡ୍ରାଇଭିଂ ସିଟରେ ମଧ୍ୟ ଜଣେ ବ୍ୟକ୍ତି ଥିବା ନଜର ଆସିଛି। ଭିଡିଓ ସାମନାକୁ ଆସିବା ପରେ ମିଳିତ ଜାତିସଙ୍ଘ ତରଫରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ମାମଲାର ତଦନ୍ତ ଜାରି ରହିଛି।

ମିଳିତ ଜାତିସଙ୍ଘ କହିଛନ୍ତି ଯେ ଇସ୍ରାଏଲରେ ଶାନ୍ତି ସଂଗଠନର କର୍ମଚାରୀଙ୍କୁ ମଧ୍ୟ ସନ୍ଦେହ ଦୃଷ୍ଟିରୁ ଦେଖାଯାଉଛି। ଭିଡିଓଟି ଜେରୁଜେଲମର ଏକ ମୁଖ୍ୟ ରାସ୍ତାର। ଭିଡିଓରେ ଡ୍ରାଇଭରର ମୁହଁ ଭଲ ଭାବେ ଦେଖାଯିବା ପୂର୍ବରୁ ଗାଡ଼ି ସେଠାରୁ ବାହାରି ଯାଇଥିଲା। ଟ୍ରାଫିକ୍ ସିଗନାଲରେ ଗାଡ଼ି ଅଟକିବା ପୂର୍ବରୁ ଭିଡିଓ ବିଲଡିଂ ଉପରୁ ଉଠାଯାଇଥିଲା।

ମିଳିତ ଜାତିସଙ୍ଘର ମହାସଚିବ ଆଣ୍ଟୋନିଓ ଗୁଟେରେସର ମୁଖ୍ୟ ଷ୍ଟିଫନ୍ ଡୁଜାରିକ୍ କହିଛନ୍ତି ଯେ ୧୮ସେକେଣ୍ଡର ଏହି ଭିଡିଓ ଅତ୍ୟନ୍ତ ଘୃଣ୍ୟ। ସେମାନେ ଯେଉଁ ଜିନିଷକୁ ବିରୋଧ କରନ୍ତି ତାହା ବିରୁଦ୍ଧରେ ଯାଇ ମିଳିତ ଜାତିସଙ୍ଘର ଅଧିକାରୀଙ୍କଠାରେ ଏପରି ମାମଲା ସାମନାକୁ ଆସିଛି।

ସେ କହିଛନ୍ତି ଯେ ଏବେ ସୁଦ୍ଧା ସାମନାକୁ ଆସିଥିବା ସୂଚନାରୁ ଜଣା ପଡ଼ିଛି ଯେ ଏହି କାର୍ ‘ୟୁନାଇଟେଡ ନେସନ୍ସ ଟ୍ରୃସ୍ ସୁପରଭିଜନ୍ ଓର୍ଗନାଇଜେସନ’ର। କାରରେ ସେକ୍ସ ଦୁଇଜଣଙ୍କ ସହମତିରେ ହୋଇଥିଲା ନା ଏଥିପାଇଁ ଟଙ୍କା ଦିଆଯାଇଥିଲା , ଏହାର ଭଲଭାବେ ତଦନ୍ତ କରାଯାଉଛି।

ଡୁଜାରିକ୍ କହିଛନ୍ତି,‘ଏହି ଭିଡିଓ ସହ ଜଡ଼ିତ ଘଟଣାସ୍ଥଳ ଚିହ୍ନଟ ହୋଇସାରିଛି। ଭିଡିଓରେ ନଜର ଆସିଥିବା ସ୍ଥାନ ହାୟାରକୋର୍ନ ରାସ୍ତାର। ସାଧାରଣତଃ ଏହି ସ୍ଥାନରେ ସବୁବେଳେ ଭିଡ଼ ଲାଗି ରହିଥାଏ। ତଦନ୍ତରେ ଖୁବ୍ ଶୀଘ୍ର ଅଭିଯୁକ୍ତର ପର୍ଦ୍ଦାଫାଶ ହୋଇଯିବ।

ଯୌନ ନିର୍ଯ୍ୟାତନା ଏବଂ ଦୁର୍ବ୍ୟବହାରକୁ ନେଇ ମିଳିତ ଜାତିସଙ୍ଘର ନୀତି ଅତ୍ୟନ୍ତ କଠୋର। ଯଦି ବ୍ୟକ୍ତି ସମ୍ବନ୍ଧିତ ନିୟମର ଉଲ୍ଲଙ୍ଘନ କରିଥାଏ ତେବେ ତାଙ୍କ ବିରୋଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ କରାଯାଇଥାଏ।

   Related Posts