ଭାଇରାଲ ହେବାରେ ଲାଗିଛି ପୂର୍ବତନ ବିଜେଡି ବିଧାୟକଙ୍କ ଯୌନ କେଳେଙ୍କାରୀ ଭିଡିଓ, ଜାଣନ୍ତୁ କିଏ ଏହି ନେତା
7/09/2018 at 10:36 PM

ଫୁଲବାଣୀ ୭|୯: ଫୁଲବାଣୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବେନ୍ଦ୍ର କହଁରଙ୍କ ଏକ ଯୌନ କେଳେଙ୍କାରୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ମୋବାଇଲରୁ ମୋବାଇଲକୁ ଏହି ଭିଡିଓ ଏବଂ ଫଟୋ ଘୂରିବୁଲୁଛି। ଏହାକୁ ନେଇ କନ୍ଧମାଳ ଲୋକଙ୍କ ମଧ୍ୟରେ ଅସଂତୋଷ ଦେଖାଦେଇଛି। ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ଦିନ ଫୁଲବାଣୀ ସଦର ଥାନାରେ ଦେବେନ୍ଦ୍ରଙ୍କ ବିରୋଧରେ ମଧ୍ୟ ଜଣେ ଯୁବତୀ ଅସଦାଚରଣ ଅଭିଯୋଗ କରିଛନ୍ତି। ତାଙ୍କୁ ତୁରନ୍ତ ଗିରଫ କରିବାପାଇଁ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଥିଲା । ଆଜି ଭାଇରାଲ ହୋଇଥିବା ଯୌନ କେଳେଙ୍କାରୀ ଭିଡିଓରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ସହ ଥିବା ଯୁବତୀ କିଏ ତାହା ଜଣାପଡି ନାହିଁ । ଦେବେନ୍ଦ୍ରଙ୍କ ଫୋନ୍ ବନ୍ଦ ରହିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । କିଛି ମାସ ତଳେ ଖଜୁରୀପଡା ବିଡିଓଙ୍କ ସର୍ବ ସମ୍ମୁଖରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଦେବେନ୍ଦ୍ର ବିବାଦୀୟ ହୋଇଥିଲେ ।