Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଭୋଗରାଇରେ ପୁଣି ଲଜ୍ଜା : ସୋସିଆଲ୍ ମିଡିଆରେ ସ୍କୁଲ ଛାତ୍ରୀଙ୍କ ସେକ୍ସ ଭିଡିଓ ଭାଇରାଲ୍, ତାଳସାରୀ ଥାନାରେ ଅଭିଯୋଗ କଲେ ଝିଅର ବାପା

14/07/2019 at 3:08 PM

ଜଳେଶ୍ବର ୧୪|୭: ବାଲେଶ୍ବର ଜିଲ୍ଲା ଭୋଗରାଇର ସାହାବାଜିପୁର ଅଞ୍ଚଳରେ ଏକ ହୋଟେଲରେ ଦୁଇ ବଙ୍ଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଓ ଅଶ୍ଳୀଳ ଚିତ୍ର ପ୍ରଘଟ ହେବାର ତିନି ଦିନ ନ ପୁରୁଣୁ ପୁଣି ଆଉ ଏକ ଘଟଣା ଲୋକଲୋଚନକୁ ଆସିଛି । ତେବେ ଏଥର ଖବର ଜଣେ ୧୬ ବର୍ଷ ବୟସ୍କା ସ୍କୁଲ ଛାତ୍ରୀଙ୍କ ସେକ୍ସ ଭିଡିଓ ଭାଇରାଲ ହେବା ।

ଭୋଗରାଇ ଭଳି ସଂଭ୍ରାନ୍ତ ତଥା ଶିକ୍ଷା-ସଚେତନ ଅଞ୍ଚଳରେ ଏପରି ଛାତ୍ରୀଙ୍କ ସେକ୍ସ ଭିଡିଓ ପ୍ରଘଟ ଘଟଣାକୁ ବୁଦ୍ଧିଜୀବୀ ମହଲରେ ନା ପସନ୍ଦ କରାଯାଇଛି। ଏହାକୁ ନେଇ ଝିଅର ବାପା ତାଳସାରୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି । 

ପ୍ରଥମେ ଭଲ ପାଇବା, ପରେ ପ୍ରେମ ସଂପର୍କ ,ଶେଷରେ ସୋସିଆଲ ମିଡିଆରେ ଭାଇରାଲ ହେଲା ଅଶ୍ଲୀଳ ଚିତ୍ର । ଅଶ୍ଲୀଳ ଚିତ୍ର ପ୍ରଘଟ ହୋଇଥିବା ଏହି ଛାତ୍ରୀ ଜଣକ ଏକ ପ୍ରତିଷ୍ଠିତ ପରିବାରର ଝିଅ । ତାଙ୍କ ଘର ଚନ୍ଦନେଶ୍ବରର ଅଞ୍ଚଳରେ ।  ଭୋଗରାଇ ବ୍ଲକ୍ ହୁଗୁଳୀ ପଞ୍ଚାୟତ ଅଧୀନ ବିନ୍ଧାପଦ୍ମପୁର ଗାଁର ଚିନ୍ମୟ ସ୍ବାଇଁଙ୍କ ୧୯ ବର୍ଷ ବୟସ୍କ ପୁଅ ଓମ୍‌କାର ସଂପୃକ୍ତ ଛାତ୍ରୀଙ୍କୁ ଭଲପାଇ ବସିଥିଲେ।

୨୦୧୮ ମସିହା ଖରା ଛୁଟିରେ ଉଭୟେ ଦିଘାର ଏକ ହୋଟେଲରେ ରହିବା ସହିତ କିଛି ଅଶ୍ଲୀଳ ଚିତ୍ର ଉଠାଇଥିଲେ। ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବାର ଧମକ ଦେଇ ବାରମ୍ବାର ହୋଟେଲକୁ ନେଇ ଦୁଷ୍କର୍ମ କରିଆସୁଥିଲା ଓମକାର।

ଗତ ୭ତାରିଖ ଦିନ ନାବାଳିକା ଜଣକ ଓମକାର କଥାରେ ରାଜି ନହେବାରୁ ସେ ଭିଡିଓକୁ ଭାଇରାଲ୍ କରିଥିବାର ଅଭିଯୋଗ ହୋଇଛି। ପରେ ଅଭିଯୋଗ ପାଇ ଥାନା ଅଧିକାରୀ ଯୁବକଙ୍କ ଘରକୁ ଯାଇଥିଲେ ମଧ୍ୟ ଯୁବକ ଫେରାର ଥିବା ଜଣାପଡିଛି। 

   Related Posts