ଯୁବକ ଓ ଯୁବତୀଙ୍କ ସେକ୍ସ ଭିଡିଓ ଭାଇରାଲ୍, ନିଶାସକ୍ତ ଅବସ୍ଥାରେ ନିଜେ ଭିଡିଓ ଶୁଟ୍ କରିଥିଲେ ଯୁବତୀ…

Published By : Prameya-News7 Bureau | August 30, 2019 IST

ମଣ୍ଡି ୩୦।୮: ହିମାଚଳ ପ୍ରଦେଶ ମଣ୍ଡିରେ ଜଣେ ଯୁବକ ଏବଂ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଯୁବକ ଜଣଙ୍କ ଯୁବତୀଙ୍କୁ ଭିଡିଓ ଶୁଟ୍ କରିବାକୁ ମନା କରୁଥିବା ବେଳେ ଯୁବତୀ ନିଶାଶକ୍ତ ଅବସ୍ଥାରେ ଥିବାବେଳେ ନିଜେ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଶୁଟ୍ କରୁଥିବାର ଦେଖିବାକୁ ମିଳିଛି । ଉଭୟ ଯୁବକ ଯୁବତୀ ବହୁ ଘନିଷ୍ଠ ବନ୍ଧୁ ବୋଲି ଜଣାପଡିଛି । ମାତ୍ର ଭିଡିଓଟି କିଭଳି ଭାଇରାଲ୍ ହେଲା ଏବଂ କିଏ ଏହାକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛି ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଏପରିକି ସିଆଇଡି ଏବଂ ପୋଲିସ ନିକଟରେ ମଧ୍ୟ ଏହି ଭିଡିଓ ପହଞ୍ଚିସାରିଛି । ମାତ୍ର ଏ ନେଇ କେହି ଏପର୍ଯ୍ୟନ୍ତ ଅଭିଯୋଗ କରିନାହାନ୍ତି ।

ଭିଡିଓରୁ ଜଣାପଡୁଛି ଯେ, ଉଭୟ ଯୁବକ ଏବଂ ଯୁବତୀଙ୍କ ସହମତିରେ ଶାରିରୀକ ସଂପର୍କ ରଖିଛନ୍ତି । ମାତ୍ର ଯୁବକଙ୍କୁ ଏହା ପସନ୍ଦ ନାହିଁ ଯେ, ଏହାର ଭିଡିଓ ଶୁଟ୍ କରିବା । ଯୁବତୀ ଜଣଙ୍କ ଶୁଟ୍ କରୁଥିବାବେଳେ ଯୁବକ ଜଣଙ୍କ ଯୁବତୀଙ୍କୁ କହୁଛନ୍ତି ଯେ, ଏହା କରିବା ଠିକ୍ ନୁହେଁ ବୋଲି । ଯୁବତୀ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ଥିବା ଯୋଗୁଁ ସେ ଯୁବକଙ୍କ କଥା ନଶୁଣି ଭିଡିଓ ଶୁଟ୍ କରିଥିଲେ । ଯେଉଁ ଭିଡିଓ ଏବେ ଭାଇରାଲ୍ ହୋଇଛି । ଉଭୟ ଯୁବକ ଏବଂ ଯୁବତୀଙ୍କ ଫେସବୁକ୍ ପ୍ରୋଫାଇଲର ସ୍କ୍ରିନଶଟ୍ ସହ ଉଭୟଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ଭାଇରାଲ ହେବା ପରେ ଯୁବକ ଜଣଙ୍କ ତାଙ୍କ ଫେସବୁକ୍ ପ୍ରୋଫାଇଲ ଡିଲିଟ୍ କରିଦେଇଛନ୍ତି । ମାତ୍ର ଯୁବୀଙ୍କ ଫେସବୁକ୍ ପ୍ରୋଫାଇଲର ସ୍କ୍ରିନଶଟ୍ ସହ ଭିଡିଓ ଭାଇରାଲ ହେଉଛି । ଯୁବତୀ ଜଣଙ୍କ ନିଶାଖୋର ବୋଲି ଆଶଙ୍କା କରାଯାଉଛି । ସେ ତାଙ୍କ ଫେସବୁକ୍ ପ୍ରୋଫାଇଲରେ ନିଶାଦ୍ରବ୍ୟର ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ଯୁବତୀ ଜଣଙ୍କ ଜିଦ୍ ରେ ଏହି ଭିଡିଓ ଶୁଟ୍ କରିଥିବା ଜଣାପଡୁଛି । ତେବେ ପ୍ରଶ୍ନ ଉଠୁଛି ଯେ, ଭିଡିଓଟି କେମିତି ଭାଇରାଲ୍ ହୋଇଛି ନା ଜାଣିଶୁଣି କେହି ଭାଇରାଲ୍ କରିଛି ।

ଅନ୍ୟପଟେ ଘଟଣାକୁ ନେଇ ଏସପି କହିଛନ୍ତି ଯେ, ପୋଲିସ ନିକଟରେ ଏ ଭିଡିଓ ନେଇ କୌଣସି ଅଭିଯୋଗ ହୋଇନାହିଁ । ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.