Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କ୍ଵାରେଣ୍ଟାଇନ୍ ବେଳେ ହୋଟେଲରେ ଚାଲିଥିଲା ସେକ୍ସ୍ ରାକେଟ୍ : ହଜାର ସଂଖ୍ୟକ ସଂକ୍ରମିତ ହୋଇଥିବା ଆଶଙ୍କା

6/07/2020 at 10:45 AM

ମେଲବର୍ନ ୦୬/୦୭ : ଅଷ୍ଟ୍ରେଲିଆ ଭିକ୍ଟୋରିଆ ସହରରେ ଲକ ଡାଉନ ଓ ସାମାଜିକ ଦୂରତାର ସବୁ ନିୟମକୁ ଉଲଙ୍ଘନ କରି ସେକ୍ସ ରାକେଟ ଚାଲିଛି | ଏହିଭଳି ଏକ ରାକେଟର ପର୍ଦାଫାଶ ହୋଇଛି | ଘଟଣାର ତଦନ୍ତ ପାଇଁ ଜୁଡ଼ିସିଆଲ ଇନକ୍ୱାରି ଆରମ୍ଭ ହୋଇଛି | କିଛି ହୋଟେଲରେ କ୍ଵାରେଣ୍ଟାଇନରେ ଥିବା ଲୋକଙ୍କୁ ଯୁବତୀ ଉପଲବ୍ଧ କରାଯାଉଥିବା ଅଭିଯୋଗ ହୋଇଛି | କେବଳ ଗୋଟିଏ ହୋଟେଲରୁ ଏବେ ସୁଦ୍ଧା ୩୧ ଜଣ ସଂକ୍ରମିତ ହୋଇଛନ୍ତି |

CNN ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରୁ ଅଧିକାଂଶ ଅନ୍ତରାଷ୍ଟ୍ରୀୟ କଣ୍ଟ୍ରାକ୍ଟ ୱାର୍କର ଅଛନ୍ତି ଯେଉଁମାନେ ଦେଶକୁ ଆସି କ୍ଵାରେଣ୍ଟାଇନ ନିୟମ ଅନୁଯାୟୀ ହୋଟେଲରେ ରହୁଛନ୍ତି | ଏମାନଙ୍କୁ ସାମାଜିକ ଦୂରତା ପାଳନ କରିବାକୁ କଡା ନିର୍ଦେଶ ଦିଆଯାଇଥିଲା | କିନ୍ତୁ ଏମାନେ ନିୟମ ଉଲଙ୍ଘନ କରିଛନ୍ତି | ତଦନ୍ତ ପାଇଁ ଭିକ୍ଟୋରିଆ ପ୍ରଶାସନ ଏକ ଟିମ ଗଠନ କରିଛି ଏବଂ ଏଥିପାଇଁ ୩ ମିଲିୟନ ବଜେଟ ନିର୍ଧାରିତ କରିଛି | ମିଳିଥିବା ସୂଚନା ଅନୁଯାୟୀ ଏହି ସେକ୍ସ ରାକେଟ ମେ ମାସରୁ ଜୁନ ମାସ ଶେଷ ପର୍ଯ୍ୟନ୍ତ ଚାଲିଥିଲା | ସେକ୍ସ ରାକେଟ ଜରିଆରେ ହଜାର ହଜାର ଲୋକ ସଂକ୍ରମଣର ଶିକାର ହେବା ଆଶଙ୍କା କରାଯାଉଛି |

କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ଅଷ୍ଟ୍ରେଲିଆରେ କ୍ଵାରେଣ୍ଟାଇନର କଡା ନିୟମ ଲାଗୁ କରାଯାଇଥିଲା ଏବଂ ବିଦେଶରୁ ଆସିଥିବା ଦେଶର ନାଗରିକଙ୍କୁ ଛାଡିଦେଲେ ସମସ୍ତଙ୍କ ପାଇଁ ହୋଟେଲରେ ୧୪ ଦିନ କ୍ଵାରେଣ୍ଟାଇନରେ ରହିବା ଅନିବାର୍ଯ୍ୟ ଥିଲା | ଅଷ୍ଟ୍ରେଲିଆ ସରକାର କ୍ଵାରେଣ୍ଟାଇନ ପାଇଁ ହୋଟେଲ ବ୍ୟବସ୍ଥା କରିଥିଲେ | ମେଲବର୍ନ ସ୍ଟେମଫର୍ଡ ପ୍ଲାଜା ହୋଟେଲରେ ଏହି ସେକ୍ସ ରାକେଟର ଖୁଲାସା ହୋଇଛି ଏବଂ ଏବେ ସୁଦ୍ଧା ୩୧ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି | ଏହାଛଡା ସ୍ଵାଂସଟନ ହୋଟେଲ ଏବଂ ୩ ଅନ୍ୟ ହୋଟେଲ ନାଁ ମଧ୍ୟ ଯାଞ୍ଚ ବେଳେ ସାମ୍ନାକୁ ଆସିଛି | 

ତଦନ୍ତରେ ଜଣାପଡିଛି ଯେ କ୍ଵାରେଣ୍ଟାଇନରେ ଥିବା ଲୋକେ ହୋଟେଲରେ ଥିବା ଅନ୍ୟ ଅତିଥିଙ୍କ ସହିତ ସମ୍ବନ୍ଧ ରଖିବା ସହ ଅନ୍ୟ ବାହାର ଜାଗାରୁ ମଧ୍ୟ ଯୁବତୀ ଆସିଥିଲେ | ହୋଟେଲ ସୁରକ୍ଷାକର୍ମୀଙ୍କୁ କ୍ଵାରେଣ୍ଟାଇନ ନିୟମ ପାଇଁ କୌଣସି ଟ୍ରେନିଂ ଦିଆଯାଇନଥିବା ମଧ୍ୟ ଅଭିଯୋଗ ହୋଇଛି | ମାମଲାରେ ହୋଟେଲ ମଧ୍ୟ ନିଜ ବୟାନ ରଖିଛି | ହୋଟେଲ ନିଜ ବୟାନରେ କହିଛି ଯେ ମାମଲାକୁ ବଢ଼ାଇ ଚଢାଇ ପେଶ କରାଯାଉଛି | କେବଳ ୨ଟି ମାମଲାରେ ନିୟମ ଉଲଙ୍ଘନ ହୋଇଥିବା ହୋଟେଲ କହିଛି |

   Related Posts