ସେକ୍ସ ବଦଳେ ଡିଗ୍ରି ଦେଉଥିଲେ ଏହି ପ୍ରଫେସର, ଗିରଫର ୧୧ ମାସ ପରେ ମିଳିଛି ଜାମିନ, ଜାଣନ୍ତୁ କ'ଣ ରହିଛି ଶର୍ତ୍ତ

Published By : Prameya-News7 Bureau | August 02, 2019 IST

ଚେନ୍ନାଇ: ଘରୋଇ ମହାବିଦ୍ୟାଳୟ ଦେବଙ୍ଗା ଆର୍ଟସ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ନିର୍ମଳା ଦେବୀଙ୍କୁ ମାଡ୍ରାସ ହାଇକୋର୍ଟ ସସର୍ତ୍ତ ଜାମିନ ମଞ୍ଜୁର କରିଛନ୍ତି। ୟୁନିଭର୍ସିଟି ସେକ୍ସ ସ୍କାଣ୍ଡାଲ ତଦନ୍ତରେ ପୋଲିସ ତାଙ୍କୁ ଗତବର୍ଷ ଏପ୍ରିଲ ୧୬ ତାରିଖରେ ଗିରଫ କରିଥିଲା । ଦୀର୍ଘ ୧୧ ମାସ ପରେ ହାଇକୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିବା ବେଳେ ତଦନ୍ତରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ ସହିତ ଯାଞ୍ଚକୁ ପ୍ରଭାବିତ କରିବା ଭଳି କିଛି ନ କରିବାକୁ କଡା କଟକଣା ଜାରି ରଖିଛନ୍ତି। ଏଥିରେ ନିଜକୁ ଗଣମାଧ୍ୟମଠାରୁ ଦୂରେଇ ରଖିବାକୁ ମଧ୍ୟ କୋର୍ଟ ନିର୍ମଳାଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

{"id":140043,"width":580,"height":325}

ମଦୁରାଇ କାମରାଜ ୟୁନିଭର୍ସିଟିର ଅଧିକାରୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନା ନିମନ୍ତେ ନିର୍ମଳା ତାଙ୍କ କଲେଜର ଛାତ୍ରୀମାନଙ୍କୁ ପ୍ରବର୍ତ୍ତାଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଏକ ଅଡିଓ ଭାଇରାଲ ହେବା ପରେ କଲେଜ ଓ ଏକ ମହିଳା ଫୋରମର ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ କରିଥିବା ବେଳେ ପରୀକ୍ଷାରେ ଭଲ ନମ୍ବର ଓ ଟଙ୍କା ଲାଳସା ଦେଖାଇ ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କ ନିକଟକୁ ପଠାଉଥିବାର ଜଣାପଡିଥିଲା। ଭାଇରାଲ ଅଡିଓରେ ପ୍ରଫେରସର ଛାତ୍ରୀଙ୍କୁ ଅଧିକାରୀଙ୍କ ସହ ‘ଆଡଜଷ୍ଟ’ କରିବାକୁ ପରାମର୍ଶ ଦେଉଥିବା ଶୁଣା ଯାଉଥିଲା।

{"id":140044,"width":584,"height":392}

ଘଟଣାକୁ ନେଇ ସେତେବେଳେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଛାତ୍ର ଛାତ୍ରୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ମାମଲାର ତଦନ୍ତ ନିମନ୍ତେ ପ୍ରଥମେ ନିର୍ମଳାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିଲା।  ପରେ ଅଭିଯୋଗ ପ୍ରମାଣିତ ହେବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସିଆଇଡି ଦ୍ୱାରା ଘଟଣାର ତଦନ୍ତ କରାଇଥିବା ବେଳେ ଅନ୍ୟ ଜଣେ ସହାୟକ ପ୍ରଫେସର ବି.ମୁରୁଗାନ ଓ ରିସର୍ଚ୍ଚ ଛାତ୍ର କୁରୁପା ସ୍ୱାମୀଙ୍କୁ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଥିଲା।  ସିବିଆଇସିଡି ଗତ ବର୍ଷ ସେପ୍ଟେମ୍ବର ମାସରେ କୋର୍ଟରେ ମାମଲର ଚାର୍ଜସିଟ୍ ଦାଖଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.