ସେକ୍ସ ରାକେଟର ପର୍ଦ୍ଦାଫାସ, ୩ ମହିଳା ଗିରଫ, ପ୍ରଶିକ୍ଷଣ ପାଇଥିବା କୁକୁର କରୁଥିଲା ସାହାଯ୍ୟ

Published By : Prameya-News7 Bureau | April 12, 2019 IST

ସେକ୍ସ ରାକେଟ ଚଳାଉଥିବା ମହିଳାଙ୍କ ସମେତ ୩ ଦେହଜୀବୀ ଏବଂ ୩ଜଣ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି ।  ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ଦୀର୍ଘଦିନଧରି ଏହି ସେକ୍ସ ରାକେଟ ସକ୍ରୀୟ ଥିଲା ।  ରିପୋର୍ଟ ଅନୁସାରେ ଏକ ଗୋପନୀୟ ବିଲଡିଙ୍ଗରେ କିଛି ମହିଳା ଏହି କଳା କାରନାମା କରିଆସୁଥିଲେ। ଗୁପ୍ତ ସୂଚନା ଆଧାରରେ ପୋଲିସ ସେଠାରେ ଯାଇ ପହଞ୍ଚିଥିଲା। ଘଟଣା ସ୍ଥଳରୁ ୩ ମହିଳା ଗ୍ରାହକଙ୍କ ସହ ଧରା ପଡିଥିଲେ। କାନପୁରରେ କିଦୱଇନଗରସ୍ଥିତ ଡବ୍ଲ୍ୟୁ ବ୍ଲକ ଅଞ୍ଚଳରେ ଏହି ରାକେଟ ଚାଲୁଥିଲା। ଘାଟମପୁରର ଜଣେ ମହିଳା ଏହି ଦେହ ବ୍ୟବସାୟ ରାକେଟର କିଙ୍ଗପିନ। ପୋଲିସ ପଚରା ଉଚରା କରିଲା ପରେ ଏହି କାଣ୍ଡରେ ଗୋଟେ ପୋଷା କୁକୁରର ମୁଖ୍ୟ ଭୂମିକା ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  

ତେବେ ଗିରଫ ମହିଳା କହିଛନ୍ତି ଯେ, ଯେଉଁ ଝିଅଙ୍କ ଆର୍ଥିକ ଅବସ୍ଥା ଠିକ୍‌ ନଥାଏ ତାଙ୍କୁ ସେ ଏହି ଧନ୍ଦାରେ ଲଗାନ୍ତି । ଆର୍ଥିକ ଅବସ୍ଥା ଠିକ୍‌ ନଥିବା ପରିବାର ଚିହ୍ନଟପରେ ସେହି ପରିବାରର ଝିଅଙ୍କୁ ଏଥିରେ ସାମଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥାଏ । ଏହି କାମରେ ସଂପୃକ୍ତ ମହିଳାଙ୍କ କିଛି ସମ୍ପର୍କୀୟ ତାଙ୍କୁ ସାହାର୍ଯ୍ୟ କରିଥାନ୍ତି ।  ସେକ୍ସ ରାକେଟର ଚଳାଇବା ପାଇଁ ସେ କିଛି ଦିନ ତଳେ ଡବ୍ଲ୍ୟୁ ବ୍ଲକର ଗୋଟେ ଘର ନେଇଥିଲେ।  ଗୋଟେ କୁକୁରକୁ ମଧ୍ୟ ପ୍ରଶିକ୍ଷଣ ଦେଇ ରଖାଯାଇଥିଲା ।  କୁକୁରଟି ପୂରା ବିଲ୍‌ଡିଙ୍ଗ ଉପରେ ନଜର ରଖୁଥିଲା। ଯିବା ଆସିବା ଗ୍ରାହକଙ୍କ ବିଷୟରେ ମାଲିକାଣୀକୁ ସୂଚନା ଦେଉଥିଲା । କୌଣସି ଅଜଣା ଲୋକ ଆଖପାଖ ଦେଇ ଗଲେ ସେ ଭୁକୁଥିଲା । ଫଳରେ ମହିଳା ସତର୍କ ହୋଇଯାଉଥିଲେ । ଘଟଣା ବିଷୟରେ ଜାଣିଲା ପରେ ପୋଲିସ ଅଭିଯୁକ୍ତ ସହ ୩ ମହିଳାଙ୍କୁ ଗିରଫ କରି ମାମଲା ରୁଜୁ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.