Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ସଂକ୍ରମଣ ରୋକିବାକୁ ସଜାଗ ବଲାଙ୍ଗୀର ପ୍ରଶାସନ, ସଚେତନତା ସହ ଷ୍ଟେସନରେ ଯାଞ୍ଚ୍ ପ୍ରକ୍ରିୟା ଜୋରଦାର୍
  • ||
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

ଠକିବାକୁ ସୁବିଧା କରିଛି କରୋନା : ଫ୍ଲାଟ୍ ଭଡ଼ା ନେଇ ସୋସିଆଲ୍ ମିଡିଆରେ ଚାଲିଥିଲା ସେକ୍ସ ରାକେଟ୍, ଧରା ପଡ଼ିଲେ ୮ଯୁବତୀ ୭ଯୁବକ

27/07/2020 at 1:33 PM

ଗାଜିଆବାଦ ୨୭/୭: ଭଡ଼ା ଫ୍ଲାଟରେ କିଛି ଯୁବତୀ ଦେହ ବ୍ୟବସାୟର ଧନ୍ଦା ଚଲାଇଥିଲେ। ହ୍ବାଟସଆପ୍ ଏବଂ ସୋସିଆଲ୍ ମିଡିଆ ଦ୍ବାରା ଗ୍ରାହକଙ୍କ ବୁକିଂ ହେଉଥିଲା। ଉତ୍ତରପ୍ରଦେଶର ଗାଜିଆବାଦ ପୋଲିସକୁ ଏହି ସେକ୍ସ ରାକେଟ୍ ବିଷୟରେ ଜଣା ପଡ଼ିବାରୁ ଶନିବାର ସେଠାରେ ଚଢ଼ାଉ କରି ଏହି ଘଟଣାର ଖୁଲାସା କରାଯାଇଥିଲା।

ଗାଜିଆବାଦର ସାହିବାବାଦ ଥାନା ଅଞ୍ଚଳର ଶାଲିମାର ଗାର୍ଡ଼େନ ଅଞ୍ଚଳରେ ସ୍ଥିତ ଏକ ଫ୍ଲାଟରେ ଚଢ଼ାଉ କରି ସାହିବାବାଦ ପୋଲିସ୍ ଏକ ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି। ଚଢ଼ାଉରେ ଏଠାରେ ଦେହ ବ୍ୟବସାୟରେ ଲିପ୍ତ ୮ଜଣ ଯୁବତୀ ଏବଂ ୭ଜଣ ଯୁବକଙ୍କୁ ଗିରଫ କରାଯାଇଛି।

ପୋଲିସର କହିବା ଅନୁସାରେ, ଗତ କିଛି ଦିନରୁ ଏମାନେ ଏହି ଧନ୍ଦାରେ ଲିପ୍ତ ଥିଲେ। ଏଠାରେ ରହୁଥିବା ଜଣେ ମହିଳା ଦୂରଦୂରାନ୍ତରୁ ଯୁବତୀଙ୍କୁ ଆଣି ତାଙ୍କ ମେକଅପ୍ କରାଇବା ପରେ ତାଙ୍କୁ ଦିଲ୍ଲୀର କେତେକ ସ୍ଥାନରେ ଦେହ ବ୍ୟବସାୟ ପାଇଁ ଯୋଗାଣ କରୁଥିଲେ।

ଦୀର୍ଘ ଦିନରୁ ସେକ୍ସ ରାକେଟର ଧନ୍ଦା ଚାଲିଥିଲା। ମୋବାଇଲରେ ହ୍ବାଟସଆପ୍ ଏବଂ ସୋସିଆଲ୍ ମିଡିଆ ଜରିଆରେ ଏହି ସେକ୍ସ ରାକେଟକୁ ଚଲା ଯାଇଥିଲା।

ଦେହ ବ୍ୟବସାୟ ପାଇଁ ଏଠାରେ ଶାଲିମାର ଗାର୍ଡ଼େନ ଅଞ୍ଚଳର ଏକ ଫ୍ଲାଟରେ ଯୁବତୀଙ୍କୁ ରଖା ଯାଇଥିଲା ଯେଉଁଠାରେ ତାଙ୍କ ଗ୍ରାହକ ପହଞ୍ଚୁଥିଲେ। ଏଠାରୁ ଯୁବତୀଙ୍କୁ ଦେହ ବ୍ୟବସାୟ ପାଇଁ ବାହାରକୁ ପଠା ଯାଉଥିଲା।

ପୋଲିସ୍ ୮ଜଣ ଯୁବତୀ ଏବଂ ୭ଜଣ ଯୁବକଙ୍କୁ ଗିରଫ କରିଛି ଏବଂ ମାମଲା ରୁଜୁ କରି ସେମାନଙ୍କୁ ଜେଲ୍ ପଠାଇ ଦେଇଛି।

ଦେହ ବ୍ୟବସାୟ ଚଲାଇଥିବା ମୁଖିଆ ଜଣେ ମହିଳା। ମହିଳାର ସ୍ବାମୀଙ୍କ ଦୀର୍ଘ ଦିନରୁ ମୃତ୍ୟୁ ହୋଇଯାଇଥିଲା। ଏବେ ସେ ନିଜ ପିଲାଙ୍କ ପାଠ ପଢ଼ା ଏବଂ ପରିବାର ଚଲାଇବା ପାଇଁ ବାଧ୍ୟହୋଇ ଏହି ଧନ୍ଦା ଚଲାଉଛି।

   Related Posts