Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ରାଜଧାନୀରେ ବେଧଡ଼କ ଚାଲିଛି ଦେହବେପାର – ବଙ୍ଗୀୟ ଯୁବତୀଙ୍କୁ ଆଣି ଚାଲିଛି ଅନୈତିକ କାରବାର

17/12/2019 at 10:51 PM

ଭୁବନେଶ୍ୱର ୧୭।୧୨ -ରାଜଧାନୀରେ ବେଧଡ଼କ ଚାଲିଛି ଦେହବେପାର । ବଙ୍ଗୀୟ ଯୁବତୀଙ୍କୁ ଆଣି ଏଭଳି ଅନୈତିକ କାରବାର ଚଳାଇଛନ୍ତି ଅନେକ ହୋଟେଲ ମାଲିକ । ଭୁବନେଶ୍ବର ରେଲୱେ ଷ୍ଟେସନ ବଜାରରେ ଥିବା ଆଶୀର୍ବାଦ ହୋଟେଲରେ ଏଭଳି କାରବାରର ପର୍ଦ୍ଦାଫାସ୍ କରିଛନ୍ତି ଖୋଦ୍ ଜଣେ ବଙ୍ଗୀୟ ଯୁବତୀ । ଜଣେ ଯୁବକଙ୍କ ସହ ହୋଟେଲ ମ୍ୟାନେଜର ତାଙ୍କ ସହ ଜବରଦସ୍ତି କରିଥିବା ଥାନାରେ ଅଭିଯୋଗ କରିବା ପରେ ଖୋଲିଛି ଦେହବେପାରର ପୂରା ଗୁମର।

ରାଜଧାନୀରେ ବେଧଡ଼କ ଚାଲିଛି ଦେହ ବେପାର । ବଙ୍ଗୀୟ ଯୁବତୀଙ୍କୁ ରଖି ଏଭଳି ଅନୈତିକ କାରବାର ଚଳାଇଛନ୍ତି ଅନେକ ହୋଟେଲ ମାଲିକ । ଭୁବନେଶ୍ବର ରେଲଓ୍ବେ ଷ୍ଟେସନ ବଜାରରେ ଥିବା ଆଶୀର୍ବାଦ ହୋଟେଲରେ ଏହି କାରବାରର ପର୍ଦ୍ଦାଫାସ୍ କରିଛନ୍ତି ଖୋଦ୍ ଜଣେ ବଙ୍ଗୀୟ ଯୁବତୀ । ଗ୍ରାହକଙ୍କୁ ସନ୍ତୁଷ୍ଟ କରି ମୋଟା ଅଙ୍କର ମାଲ କମାଇବା ଚକ୍କରରେ ନିଜେ ଫସିଯାଇଛନ୍ତି । ଆଉ ଯେତେବେଳେ ନିଯେ ଫସିଛନ୍ତି ସେତେବେଳେ ହୋଟେଲର ମ୍ୟାନେଜର ଓ ଅନ୍ୟ ଜଣେ ଯୁବକଙ୍କୁ ଫସାଇଛନ୍ତି । ହୋଟେଲ ଭିତରେ କୁଆଡ଼େ ତାଙ୍କ ଉପରେ ଜବରଦସ୍ତି କରିଥିବା ଅଭିଯୋଗ ନେଇ ପହଞ୍ଚିଛନ୍ତି ଥାନାରେ । ସଂପୃକ୍ତ ଯୁବତୀଙ୍କ ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

ଏଠି ଦୀର୍ଘ ଧରି ଦେହ ବ୍ୟବସାୟ ଚାଲିଥିଲା । ହେଲେ ପୋଲିସ ଧରୁନଥିଲା । ହେଲେ ଏବେ ପରିସ୍ଥିତି ଏମିତି ହୋଇଛି ଯେ, ନିଜେ ନିଜେ ଆସି ଥାନାରେ ଦେହ କାରବାରର ଗୁମର ଖୋଲିଛନ୍ତି ଖୋଦ୍ ଦେହ ବେପାରୀ । କେବଳ ଏଇ ଗୋଟିଏ ଘଟଣା ନୁହେଁ ରାଜଧାନୀରେ ଏମିତି ଅନେକ ହୋଟେଲରେ ଖୁଲମ୍ ଖୁଲା ଦେହ ବ୍ୟବସାୟ ଚାଲିଥିଲେ ମଧ୍ୟ କେହି ଏଥି ପ୍ରତି ନଜର ଦେଉନାହାନ୍ତି । ନିୟମିତ ବ୍ୟବଧାନରେ ପୋଲିସର ଚଢ଼ାଉ ହେଉନଥିବାରୁ ମଉକାର ଫାଇଦା ଉଠାଉଛନ୍ତି କିଛି ହୋଟେଲ ମାଲିକ ।

   Related Posts