Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ରାଜଧାନୀ ଛାତିରେ ଚାଲିଛି ବେଧଡ଼କ ସେକ୍ସ କାରବାର୍, ଦେଖନ୍ତୁ ଭିଡିଓ

5/09/2019 at 2:48 PM

ନୂଆଦିଲ୍ଲୀ୫|୯: ‘ସ୍ପା’ ସେଣ୍ଟର ନାଁରେ ରାଜଧାନୀ ଦିଲ୍ଲୀରେ ଚାଲିଛି ସେକ୍ସ କାରବାର୍‌।ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତି ମାଲିଓ୍ବାଲ ବେଆଇନ ଭାବେ ରାଜଧାନୀ ଛାତିରେ ଚାଲୁଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛନ୍ତି। ନଓ୍ବାଦରେ ଥିବା ଦୁଇ ‘ସ୍ପା’ ସେଣ୍ଟର ଉପରେ ଚଢ଼ାଉକରି ୧୨ ଜଣ ଯୁବକ ଓ ଯୁବତୀଙ୍କୁ ଗିରଫ କରାଯାଇଛି।

ଚଢ଼ାଉବେଳର ଭିଡିଓକୁ ସ୍ବାତି ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟକରି ସାର୍ବଜନୀନ କରିଛନ୍ତି।ଟ୍ବିଟକରି ସେ ଲେଖିଛନ୍ତି ଯେ, ‘ସ୍ପା’ ସେଣ୍ଟର ପ୍ରତ୍ୟେକ ରୁମ୍‌ରେ ବ୍ୟବହାର ହୋଇସାରିବା ଥିବା କଣ୍ଡୋମ ମିଳିଛି।

ସ୍ବାତି ମାଲିଓ୍ବାଲ ଟ୍ବିଟକରି ଆହୁରି ଲେଖିଛନ୍ତି ଯେ, ନଓ୍ବାଦାରେ ଜୈସ୍ମିନ୍ ‘ସ୍ପା’ ସେଣ୍ଟରେ ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କ ସହ ଦୁଇଜଣ ବ୍ୟକ୍ତିଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳିଲା। ଏଠାରେ ସେକ୍ସ ରାକେଟ୍ କାରବାର୍ ଚାଲୁଛି ବୋଲି ସେମାନେ ସ୍ବୀକାର ମଧ୍ୟ  କରିଥିଲେ।ସେମାନଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା।

କ୍ଷୋଭ ପ୍ରକାଶକରି ସେ ଲେଖିଛନ୍ତି ଯେ, ଅନ୍ୟ କାହା ଭଉଣୀର ଦେହ ସହ ଏମାନେ ଖେଳୁଛନ୍ତି ।ପୋଲିସ ଓ ଏମସିଡିଙ୍କ ନାକ ତଳେ ବେଆଇନ ଭାବେ ସେକ୍ସ କାରବାର ହେଉଛି ହେଲେ ପୋଲିସ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ବୋଲି ସ୍ବାତି ପ୍ରଶ୍ନ କରିଥିଲେ।

ଏହା କାହାର ଦାୟିତ୍ବ? କହିଁକି ସେକ୍ସ ରାକେଟ କାରବାର୍‌ ଉପରେ ରୋକ୍‌ ଲଗାଯାଉ ନାହିଁ ବୋଲି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତି ମାଲିଓ୍ବାଲ ପ୍ରଶ୍ନ କରିଥିଲେ।

   Related Posts