ସ୍ପା ସେଣ୍ଟରରେ ଚଢଉ, ୬ ଯୁବତୀ ସମେତ ୮ ଗ୍ରାହକ ଗିରଫ

Published By : Prameya-News7 Bureau | July 19, 2019 IST

ନୂଆ ଦିଲ୍ଲୀ୧୯|୭: ସହର ସ୍ଥିତ ଏକ ହାଇ ପ୍ରଫାଇଲ୍‌ ସ୍ପା ସେଣ୍ଟରରେ ପୋଲିସ ଚଢଉ କରିଛି। ସେଠାରେ ଅନୈତିକ କାର୍ଯ୍ୟ ଚାଲିଥିବା ସୂଚନା ମିଳିଥିବା ଯୋଗୁଁ ପୋଲିସ ଚଢଉ କରିଥିଲା। ସ୍ପା ସେଣ୍ଟରରେ ଦେହ ବ୍ୟବସାୟ ଚାଲୁଥିଲା। ପୋଲିସ ଚଢଉ କରିବା ପରେ କଳା କାରାନାମା ସାମ୍ନାକୁ ଆସିଥିଲା। ସେହି ସ୍ପା ସେଣ୍ଟରରୁ ୬ ଜଣ ଦେହଜୀବୀ ଓ ୭ ଜଣ ଗ୍ରାହକ ସମେତ ପୋଲିସ ସ୍ପା ସେଣ୍ଟରର ସଂଚାଳକକୁ ମଧ୍ୟ ଗିରଫ କରିଛି। ଜଣେ ମହିଳା ସଂଚାଳକ ମଧ୍ୟ ଏଥିରେ ସାମିଲ ଥିଲେ।

ଦିଲ୍ଲୀ ସ୍ଥିତ ରେୱାଡି ଛକରେ ଥିବା ଏହି ସ୍ପା ସେଣ୍ଟରରେ ଦୀର୍ଘ ଦିନ ଧରି ଦେହ ବ୍ୟବସାୟ ଚାଲୁଥିଲା। ସେଠାକୁ ଗଲା ପରେ ଏହି ହାଇ ପ୍ରୋଫାଇଲ୍ ସ୍ଥାନରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଆଖପାଖ ଲୋକଙ୍କ ଅଭିଯୋଗ ଯୋଗୁଁ ପୋଲିସ ଏଠାରେ ଚଢଉ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.