Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଗୋପନୀୟ କୋଠାରେ ଚାଲିଥିଲା ସେକ୍ସ ରାକେଟ : ପୋଲିସ କଲା ଚଢଉ,୫ ଯୁବତୀଙ୍କ ସମେତ ୧୧ ଗ୍ରାହକ ଗିରଫ

17/07/2019 at 12:46 PM

ଔରେୟା ୧୭|୭: ସେକ୍ସ ରାକେଟ ଚଳାଉଥିବା ଯୁବତୀଙ୍କ ସମେତ ୫ ଦେହଜୀବୀ ଏବଂ ୧୧ ଜଣ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି । ଉତ୍ତର ପ୍ରଦେଶର ଔରେୟା ଜିଲ୍ଲାରେ ଦୀର୍ଘ ଦିନ ଧରି ଏହି ସେକ୍ସ ରାକେଟ ଚାଲୁଥିଲା । ରିପୋର୍ଟ ଅନୁସାରେ ଦିବ୍ୟାପୁର ରୋଡ ବାଇପାସ୍‌ରେ ଏକ ଗୋପନୀୟ କୋଠାରେ କିଛି ମହିଳା ଏହି କଳା କାରନାମା କରିଆସୁଥିଲେ।

ଗୁପ୍ତ ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ଚଢଉ କରିଥିଲା। ଘଟଣା ସ୍ଥଳରୁ ୫ ଜଣ ମହିଳା ୧୧ଜଣ ଗ୍ରାହକ ଧରା ପଡିଥିଲେ। ଏହା ପରେ ବନାରସିଦାସ ଅଞ୍ଚଳରେ ଚଢଉ ହୋଇଥିଲା। ସେଠାରୁ ମଧ୍ୟ ପୋଲିସ କିଛି ଯୁବକ ଯୁବତୀଙ୍କୁ ହେପାଜାତକୁ ନେଇଥିଲା ଯାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଗିରଫ ହୋଇଥିବା ଯୁବକ ଓ ଯୁବତୀଙ୍କୁ ପଚରା ଉଚରା କରିଥିବାରୁ ଜଣା ପଡିଛି ଯେ, ସହରର ଜଣେ ବଡ ବ୍ୟବସାୟୀଙ୍କ ପୁଅ ଏହି ରାକେଟ ଚଲାଇବାରେ ସାମିଲ ଅଛି। କୋତୱାଲିର ଜଣେ ମହିଳା ଏହି ଦେହ ବ୍ୟବସାୟ ରାକେଟର ମୁଖ୍ୟ ବୋଲି କୁହାଯାଇଛି। ଗିରଫ ଯୁବତୀଙ୍କଠୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ଅନ୍ୟ ସ୍ଥାନରେ ମଧ୍ୟ ପୋଲିସ ଖୁବ ଶୀଘ୍ର ଚଡଉ କରିବ ବୋଲି ଜଣାପଡିଛି ।  

   Related Posts