Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେକ୍ସ ରାକେଟ୍‌ରେ ସଂପୃକ୍ତ ବିଧାୟକ ଗିରଫ ଭୟରେ ହେଲେ ଅଣ୍ଡରଗ୍ରାଉଣ୍ଡ, ଓ୍ବାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ…

ପାଟନା୧୨|୯: ବିହାରର ବହୁ ଚର୍ଚ୍ଚିତ ଆରା-ପାଟନା ସେକ୍ସ ରାକେଟରେ ସଂପୃକ୍ତ ଆରଜେଡି ବିଧାୟକ ଅରୁଣ ଯାଦବଙ୍କ ଗିରଫଦାରୀ ପାଇଁ ଓ୍ବାରେଣ୍ଟ ଜାରି ହୋଇଛି। ବିଧାୟକଙ୍କ ଗିରଫ ପାଇଁ ଅନୁସନ୍ଧାନ ଅଧିକାରୀ ଚନ୍ଦ୍ରଶେଖର ଗୁପ୍ତା ଆରା କୋର୍ଟରେ ଆବେଦନ କରିଛନ୍ତି। ସେକ୍ସ ରାକେଟରେ ବିଧାୟକ ଅରୁଣ ଯାଦବଙ୍କ ସଂପୃକ୍ତି ଥିବା ନେଇ କୋର୍ଟରେ ପୀଡ଼ିତା ନାବାଳିକା ବୟାନ ଦେଇଥିଲେ। ଗିରଫଦାରୀ ଓ୍ବାରେଣ୍ଟ ଜାରି ହେବା ପରେ ବିଧାୟକ ଅରୁଣ ଯାଦବ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି।

ସୂଚନାଯୋଗ୍ୟ ଯେ, ସେକ୍ସ ରାକେଟର ପର୍ଦ୍ଦାଫାଶ ହେବା ଦିନଠାରୁ ବିଧାୟକଙ୍କ ସଂପୃକ୍ତି ଥିବା ନେଇ ଖୋଳତାଡ଼ ଚାଲିଥିଲା। ଶେଷରେ ଧାରା ୧୬୪ରେ ନାବାଳିକା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ସେହି ବୟାନରେ ବିଧାୟକ ତାଙ୍କୁ ଦୁଷ୍କର୍ମ କରିଥିବା କଥା ପୀଡ଼ିତା କହିଥିଲେ। ଏହି ଘଟଣା ପରେ ବିଧାୟକଙ୍କୁ ମୋବାଇଲ ଫୋନ ଦ୍ବାରା ପୋଲିସ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ତାଙ୍କ ଫୋନ ସେ ସ୍ବିଚ୍‌ଅଫ୍‌ କରି ଦେଇଥିଲେ ବୋଲି ପୋଲିସ ସୂଚନା ଦେଇଛି।ଏହା ପରେ ବିଧାୟକଙ୍କ ଅନ୍ୟ ଏକ ମୋବାଇଲ ନମ୍ବରକୁ ପୋଲିସ କଲ କରିଥିଲା।ବିଧାୟକ ଅରୁଣ ଯାଦବଙ୍କ ସଂପର୍କୀୟ ଫୋନ ରିସିଭ୍‌କରି ନୋ କମେଣ୍ଟ କହି ଫୋନ କାଟି ଦେଇଥିଲେ।

ପୋଲିସର ସୂଚନା ମୁତାବକ, ସେକ୍ସ ରାକେଟର ପରିଚାଳିକା ଅନିତା ଦେବୀ ଲଗାତାର ଭାବେ ବିଧାୟକ ଅରୁଣ ଯାଦବଙ୍କ ସହ ଯୋଗାଯୋଗ କରୁଥିଲା। ସଚିବାଳୟ ନିକଟରେ ଥିବା ବିଧାୟକଙ୍କ ଘରର ପଛବାଟରେ ନାବାଳିକା ପୀଡ଼ିତାଙ୍କୁ ସେଠାକୁ ପଠାଯାଉଥିଲା ବୋଲି ପୋଲିସ କହିଛି।

ଗତ ଜୁଲାଇ ୧୮ ତାରିଖରେ ପାଟନା ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ଏହି ସେକ୍ସ ରାକେଟରେ ମାଷ୍ଟର ମାଇଣ୍ଡ ଅନିତା ଦେବୀକୁ ପୋଲିସ ଗିରଫ କରିବା ସହ ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ଏଥିସହ ସେକ୍ସ ରାକେଟର ପରିଚାଳିକା ଅନିତା ଦେବୀ, ଦେହ ବ୍ୟବସାୟ ଦଲାଲ ସଂଜିତ, ଇଞ୍ଜିନିୟର ଅମରେଶ୍‌ ଓ ସଂଜ୍‌ୟ ଯାଦବଙ୍କୁ ପୋଲିସ ଗିରଫକରି ଜେଲ ପଠାଇସାରିଛି।

132 Views

   ସମ୍ବନ୍ଧିତ ଖବର