ସ୍ପାରେ ଚାଲୁଥିଲା ସେକ୍ସ ରାକେଟ: ମୁମ୍ବାଇ ଯୁବତୀଙ୍କୁ ଗୁଜରାତ ଆଣି ଭାଇ ସହ ମିଶି ରାକେଟ ଚଳାଉଥିଲେ ମହିଳା

Published By : Prameya-News7 Bureau | June 19, 2019 IST

ରାଜକୋଟ୧୯|୬: ସେକ୍ସ ରାକେଟ ଚଳାଉଥିବା ଭାଇ ଭଉଣୀ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ୫ ଜଣଙ୍କ ମଧ୍ୟରେ ଗ୍ରାହକ ମଧ୍ୟ ଅଛନ୍ତି। ଘଟଣା ଘଟିଛି ରାଜକୋଟର ପୋଶ୍‌ ଅଞ୍ଚଳର କାଲାୱଡ ରୋଡରେ। ହାଇପ୍ରଫାଇଲ ସେକ୍ସ ରାକେଟ ଚଳାଉଥିବା ଭାଇ ଭଉଣୀ ଗତ ୨୦ ଦିନ ହେଲା ଏହି ଧନ୍ଦା ଚଳାଉଥିଲେ। ପୋଲିସ ସେକ୍ସ ରାକେଟର ପର୍ଦ୍ଦାଫାସ କରିଲା ପରେ ଉଭୟ ଭାଇ-ଭଉଣୀ ଆତ୍ମସମର୍ପଣ କରିଥିଲେ ।ସେମାନେ କହିଥିଲେ ଯେ, ପ୍ରତି ଗ୍ରାହକଙ୍କ ଠୁ ଏତିପାଇଁ ସେମାନେ ୨୦୦୦-୨୫୦୦ ଟଙ୍କା ନେଉଥିଲେ । ତେବେ ଦେହଜୀବୀଙ୍କୁ ୧୦୦୦-୧୨୦୦ ଟଙ୍କା ଦେଉଥିଲେ।

ପୋଲିସ କହିଥିଲା ଯେ, ଅହମଦାବାଦ ନିବାସୀ କୁତୁବ ଓ ତସନୀମ ରାଜକୋଟରେ ସ୍ପା ଖୋଲିବା ପାଇଁ ୬ ମାସ ପୂର୍ବରୁ ଘର ଭଡାରେ ନେଇଥିଲେ। କାଲାୱାଡ ରୋଡ ସ୍ଥିତ ରାମଧାମ ସୋସାଇଟିରେ ଘର ଭଡା ନେଇଥିଲେ। କିଛି ଦିନ ପୂର୍ବରୁ ଭାଇ ଭଉଣୀ ମୁମ୍ବାଇରୁ ଯୁବତୀଙ୍କୁ ଡାକି ଦେହବ୍ୟବସାୟ କରିବା ଆରମ୍ଭ କରିଥିଲେ। ଏହି ସ୍ଥାନରେ ଅନୈତିକ କାର୍ଯ୍ୟ ଚାଲିଥିବା ସୂଚନା ମିଳିଥିବା ଯୋଗୁଁ ପୋଲିସ ଚଢଉ କରିଥିଲା ଓ ଭାଇ ଭଉଣୀ ସମେତ ୫ ଜଣଙ୍କୁ ଗିରଫ କରିଥିଲା। ଅଭିଯୁଙ୍କ ଅନୁଯାଇ ୬ ମାସ ପୂର୍ବରୁ ସେଠାରେ ସ୍ପା ଖୋଲାଯାଇଥିଲା । କିନ୍ତୁ ବ୍ୟବସାୟରେ ଅଧିକ ଆୟ ନହୋଇଥିବାରୁ ସେମାନେ ମୁମ୍ବାଇରୁ ଯୁବତୀଙ୍କୁ ଡାକି ଦେହ ବ୍ୟବସାୟ ଆରମ୍ଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.