କଲୋନୀରେ ବଙ୍ଗୀୟ ଯୁବତୀଙ୍କ ଉତ୍ପାତ: ମୁହଁ ଖୋଲିଲେ ମହିଳାମାନେ, କହିଲେ, 'ପିଲାଛୁଆଙ୍କୁ ଧରି ରହିବା କଷ୍ଟକର'

Published By : Prameya-News7 Bureau | October 08, 2020 IST

ସୁବର୍ଣ୍ଣପୁର୮/୧୦: କଲୋନୀରେ ​‌ଦେହ ବେପାର​‌। ଉକ୍ତ କଲୋନୀରେ ରହୁଥିବା ମହିଳାମାନେ ଏଭଳି ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ମୁତାବକ, କିଛିଦିନ ତଳେ ବାହାର ରାଜ୍ୟରୁ ଦେହଜୀବିମାନେ ଆସି ସୋନପୁର ସହରରେ ଦେହ ବେପାର​‌ କରୁଥିବା ପୋଲିସ୍‌ର ନଜରକୁ ଆସିଥିଲା। ଏ ନେଇ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଜଣେ ଦଲାଲଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚାର ମଧ୍ୟ କରିଥିଲା।

{"id":340660,"sizeSlug":"large"}

ସେହି ଘଟଣାର କିଛିଦିନ ପରେ ପୁଣି ସମାନ ଆଭିଯୋଗ ଆସିଛି। ସୋନପୁର ସହରର ସ୍ପିନିଂ ମିଲ୍‌ର ଏଫ୍‌ କଲୋନୀରେ ଦେହ ବେପାର​‌ ଚାଲିଥିବା ମହିଳାମାନେ ସୋନପୁର ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବରୁ ଏହି ଘଟଣାକୁ ଯେଉଁମାନେ ବିରୋଧ କରୁଥିଲେ, ସେମାନଙ୍କୁ ଧମକ ଚମକ ମିଳୁଥିବା ଅଭିଯୋଗ ମଧ୍ୟ ହୋଇଛି। ଶେଷରେ ମହିଳାମାନେ ସୋନପୁର ଥାନାର ଦ୍ବାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି। କଲୋନୀରେ ଏମିତି ହେଲେ, ପିଲାଛୁଆଙ୍କୁ ଧରି ରହିବା କଷ୍ଟକର ବୋଲି ମହିଳାମାନେ କହିଛନ୍ତି। ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି।

{"id":340661,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.