ସ୍ପାରେ ଚାଲିଥିଲା ସେକ୍ସ ରାକେଟ : ‘ହାପି ଏଣ୍ଡିଙ୍ଗ’ କୋଡଓ୍ବାର୍ଡ଼ କହିଲେ ହାଜର ହେଉଥିଲେ କଲଗାର୍ଲ

Published By : Prameya-News7 Bureau | December 31, 2019 IST

ଭୋପାଳ  ୩୧/୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କ୍ରାଇମ୍ ବ୍ରାଞ୍ଚ ସ୍ପାରେ  ସେକ୍ସ ରାକେଟ ଚଳାଉଥିବା କଲଗାର୍ଲଙ୍କ ପର୍ଦ୍ଦାଫାଶ କରିଛି। ପୋଲିସ୍ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ୭ଯୁବତୀ ଏବଂ ୫ଗ୍ରାହକଙ୍କୁ ଗିରଫ କରିଛି। ଏହି ସେକ୍ସ ରାକେଟ୍ ସ୍ପାରେ ଚାଲିଥିଲା,ଯେଉଁଠାରେ ଗ୍ରାହକ ‘ହାପି ଏଣ୍ଡିଙ୍ଗ’ କୋଡଓ୍ବାର୍ଡ଼ କହିଲେ କଲଗାର୍ଲର ସୁବିଧା ମିଳୁଥିଲା।

ପୋଲିସର କହିବାନୁସାରେ ସହରର ଅନେକ ସ୍ପାରେ ଅନୈତିକ କାମ ଚାଲିଥିବାର ଖବର ମିଳିଥିଲା। ଗତକାଲି ବାଗ ସେବାନିଆ ଅଞ୍ଚଳର ଶାଇନ୍ ସ୍ପା ସେଣ୍ଟରରେ ଚଢ଼ାଉ କରିବାରୁ ଯୁବତୀଙ୍କୁ ଗ୍ରାହକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖାଯାଇଥିଲା। ସ୍ପା ପରିଚାଳକଙ୍କୁ ମଧ୍ୟ ଗିରଫ କରାଯାଇଛି।

ପୋଲିସ୍ ପଚରାଉଚୁରା କରିବା ପରେ ଜଣାପଡ଼ିଥିଲା ଯେ ଏଠାରେ ଆସୁଥିବା ଗ୍ରାହକଙ୍କୁ ମନପସନ୍ଦ କଲଗାର୍ଲ ମିଳୁଥିଲା,କିନ୍ତୁ ଏଥିପାଇଁ ଗୋଟିଏ ସର୍ତ୍ତ ରଖାଯାଇଥିଲା,ତାହା ହେଲା ଗ୍ରାହକଙ୍କୁ ‘ହାପି ଏଣ୍ଡିଙ୍ଗ’ କହିବାକୁ ପଡ଼ୁଥିଲା। ଏହି ସ୍ପାର ସମ୍ପର୍କ ଭୋପାଳ ବ୍ୟତୀତ ନାଗପୁର,ନାସିକ,ମୁମ୍ବାଇ,ଜଳଗାଁଓ ଏବଂ ଇନ୍ଦୋରରୁ ଥିଲା। ଏଠାରୁ ଯୁବତୀଙ୍କୁ ଭୋପାଳ ସହ ଅନ୍ୟ ସ୍ଥାନକୁ ପଠାଯାଉଥିଲା।

ଏହା ବ୍ୟତୀତ ଗ୍ରାହକଙ୍କୁ ପଚରାଯାଉଥିଲା ଯେ ତାଙ୍କୁ କେବଳ ମସାଜ କରାଇବାର ଅଛି କିମ୍ବା ହାପି ଏଣ୍ଡିଙ୍ଗ୍। କେବଳ ମାସାଜ ପାଇଁ ୧୦୦୦ଟଙ୍କା ଏବଂ ‘ହାପି ଏଣ୍ଡିଙ୍ଗ’ ପାଇଁ ୫୦୦୦ରୁ ୫୦,୦୦୦ଟଙ୍କା ନିଆଯାଉଥିଲା।

ସ୍ପାରେ ଆସୁଥିବା ଗ୍ରାହକଙ୍କୁ ନିଜ ମନପସନ୍ଦ ଝିଅ ବାଛିବା ପାଇଁ ପ୍ରଥମେ ଆଲବମ୍ ଦେଖାଯାଉଥିଲା ଏବଂ ଝିଅ ପସନ୍ଦ ହେବା ପରେ ଦାମ୍ ସ୍ଥିର ହେଉଥିଲା। ଯେଉଁମାନେ ନିୟମିତ ଗ୍ରାହକ ଥିଲେ,ତାଙ୍କୁ ହ୍ବାଟସଆପ୍ ଗ୍ରୃପରେ ଯୋଡ଼ି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.