ହୋଟେଲରେ ଦେହ ବ୍ୟବସାୟ , ମ୍ୟାନେଜରଙ୍କ ମୁଖା ଖୋଲିବା ପରେ ଖୋଲିଲା ଗୁମର

Published By : Prameya-News7 Bureau | December 17, 2019 IST

ଭୁବନେଶ୍ବର ୧୭/୧୨: ରାଜଧାନୀରେ ଦେହ କାରବାର ଜୋରସୋରରେ ଚାଲିଛି । କୌଣସି ପରିସ୍ଥିତିରେ ଏହା ଉପରେ ରୋକ ଲାଗି ପାରୁନି । ସହରର କେବଳ ଗଳିକନ୍ଦରେ ନୁହଁ । ଜଳଗହଳିପୂର୍ଣ ଏରିୟାରେ ମଧ୍ୟ ଏହି କାରବାର ହେଉଛି । ଏଭଳି ଏକ ଘଟଣା ପୁଣି ଥରେ ନଜରକୁ ଆସିଛି । ଭୁବନେଶ୍ବର ଷ୍ଟେସନ ବଜାରର ସ୍ଥିତ ହୋଟେଲ ଆଶିର୍ବାଦରେ ଏହି କାରବାର ହେଉଥିବା ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ ।

ସୂଚନାଯୋଗ୍ୟ ଗୋଟିଏ ରୁମ୍ ବୁକ ହେଉଥିଲା । ହେଲେ କାମ ହେଉଥିଲା ଆଉ ଗୋଟିଏରେ । ବୁକ ହେଉଥିଲା ରୁମ ନମ୍ବର ୧୦୮ । ଆଉ ୧୦୭ ନମ୍ବର ରୁମରେ ଦେହ କାରବାର ହେଉଥିଲା । ଦୀର୍ଘ ଦିନ ଧରି ହୋଟେଲ ଆଶିର୍ବାଦରେ ଜଣାଶୁଣା ଦେହ ଦଲାଲ ଜଣେ ବଙ୍ଗୀୟ ଯୁବତୀଙ୍କ ଆଣି ଦେହ କାରବାରରେ ଲିପ୍ତ ଥିଲେ । ଏହି କାରବାରେ ହୋଟେଲ ମାଲିକଠୁ ଆରମ୍ଭ କରି ମ୍ୟାନେଜର ପର୍ଯ୍ୟନ୍ତ ସମସ୍ତେ ଥିଲେ ସମ୍ପୃକ୍ତ । ପ୍ରତିଦିନ ହୋଟେଲକୁ ଅସୁଥିଲେ ଦେହର ସୌଦାଗର । ସୋମବାର ରାତିର ଦୃଶ୍ୟ ବି ଏମିତି କିଛି ଥିଲା । ହୋଟେର ୧୦୭ ନମ୍ବର ରୁମ ଭିତରେ ଉକ୍ତ ବଙ୍ଗୀୟ ଯୁବତୀଙ୍କ ଦେହ କାରବାରରେ ଲିପ୍ତ ଥିଲେ । ଗ୍ରାହକ କିଛି ସମୟ ଉକ୍ତ ବଙ୍ଗୀୟ ଯୁବତୀଙ୍କ ସହ କିଛି ସମୟ ଅତିବାହିତ କରି ସେଠାରୁ ବାହାରି ଯାଇଥିଲେ । ପରେ ହୋଟେଲ ମ୍ୟାନେଜର ଓ ଆଉ ଜଣେ ଯୁବକ ଉକ୍ତ ଯୁବତୀକୁ ଜୋରଜବରଦସ୍ତ କରିବା ଆରମ୍ଭ କରି ଦେଇଥିଲେ । ଏପରିକି ଯୁବତୀକୁ ଭିଡା ଓଟରା କରି । ଯୁବତୀ ଜଣକ ପ୍ରାଣ ବିକଳରେ ହୋଟେଲରୁ ବାହାରି ନିକଟସ୍ଥ ଲକ୍ଷ୍ମୀ ଥାନାରେ ଅଭିଯୋଗ କରିବା ପରେ ଦୁଇ ଜଣଙ୍କୁ ଅଟକ ରଖିଛି ଲକ୍ଷ୍ମୀସାଗର ଥାନା ପୋଲିସ ।

ଏହି ଘଟଣା ପରେ ପୋଲିସ ହୋଟେଲରେ ପହଞ୍ଚି ଆରମ୍ଭ କରିଛି ଖାନ ତଲାସ । ହୋଟେଲରୁ ରୁମରୁ ଆପତ୍ତିଜନକ ସାମଗ୍ରୀ, ସିସି ଟିଭି ଫୁଟେଜ ଓ ହାଡ ଡିସ୍କକୁ ଜବତ କରିଛି । ସିସି ଟିଭି ଆଧାର କରି ଏଠାକୁ କେଉଁ କେଉଁ ଗ୍ରାହକ ଆସୁଥିଲେ । ତାର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି ପୋଲିସ । ତେବେ ଏହି ହୋଟେଲରେ କେତେ ଦିନ ଧରି ଏହି ​ଦେହ କାରବାର ଚାଲୁଥିଲା ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.