ରାଜଧାନୀରେ ଦେହଜୀବୀଙ୍କ ନାଟ: ଲକ୍ଷ୍ମୀସାଗରରୁ ଚନ୍ଦ୍ରଶେଖରପୁର ପର୍ଯ୍ୟନ୍ତ ଲମ୍ବିଛି ଚେର, ପୁଣି ମଝିରେ ରହିଛି ନୟାପଲ୍ଲୀ

Published By : Prameya-News7 Bureau | November 17, 2020 IST

ଭୁବନେଶ୍ବର୧୭/୧୧: ଭୁବନେଶ୍ବରରେ ମାତିଛନ୍ତି ଦେହଜୀବୀ। ମୋବାଇଲ୍‌କୁ ହଠାତ୍ ଆସୁଛି ମେସେଜ୍‌। ଆପଣଙ୍କର କଣ ଦରକାର? ଆପଣ ଚାହୁଁଛନ୍ତି କି କଲଗାର୍ଲ। ଏମିତି କହି ମେସେଜ୍ କରି ଗ୍ରାହକଙ୍କୁ ଡାକୁଛନ୍ତି  ଦେହଜୀବୀ। ଯଦି ସେମାନେ ମେସେଜ୍‌ର ଉତ୍ତର ପାଆନ୍ତି। ତେବେ କଥା ଆଗକୁ ବଢ଼େ।

ଲକ୍ଷ୍ମୀସାଗର ଥାନା ସମ୍ମୁଖ ପାଣିଟାଙ୍କି ଗଳିରେ ରହୁଥିବା ପ୍ରକାଶ (ଛଦ୍ମାନାମ)ଙ୍କୁ ଗତ ୭ ତାରିଖ ରାତିରେ ପୂଜା ନାମ୍ନୀ ଜଣେ ଯୁବତୀ ଫେସ୍‌ବୁକ୍‌ରେ ଫ୍ରେଣ୍ଡ-ରିକ୍ୟୁଏଷ୍ଟ ପଠାଇଥିଲେ । ପ୍ରକାଶ ରିକ୍ୟୁଏଷ୍ଟ ଗ୍ରହଣ କରିବାର କିଛି କ୍ଷଣ ମଧ୍ୟରେ ମେସେଞ୍ଜରରେ ଆସିଥିଲା ପୂଜାଙ୍କ ମେସେଜ୍। ଏହାପରେ ଦୁହିଁଙ୍କ ଭିତରେ ଚାଟିଂ ଆରମ୍ଭ ହୋଇଯାଇଥିଲା। କିଛି ଘଣ୍ଟା ଭିତରେ ନମ୍ବର ଦିଆନିଆ ମଧ୍ୟ ହୋଇଥିଲା। ତା ପରେ ହ୍ବାଟସ୍‌ଆପ୍‌ରେ ଭିଡିଓ କଲିଂ କରିଥିଲେ ଦେହଜୀବୀ। ଭିଡିଓ କଲିଂରେ ୨ ଜଣଙ୍କ ମଧ୍ୟରେ ପରସ୍ପର ଅଙ୍ଗପ୍ରଦର୍ଶନ ମଧ୍ୟ କରିଥିଲେ।

ଏହାପରେ ପ୍ରକାଶଙ୍କୁ ବ୍ଲାକମେଲିଂ ଆରମ୍ଭ କରି ଦେଇଥିଲେ ଯୁବତୀ। ୨୦ ହଜାର ଟଙ୍କା ନ ଦେଲେ, ଏହି ଭିଡିଓ ଗୁଡିକୁ ସୋସିଆଲ ମିଡିଆରେ ଅପଲୋଡ୍ କରି ଦେବେ ବୋଲି ଧମକ ଦେଇଥିଲେ। ଏହାପରେ ବାଧ୍ୟ ହୋଇ ପ୍ରକାଶ ତାଙ୍କୁ ୨୦ ହଜାର ଟଙ୍କା ପଠାଇଥିଲେ। ଶେଷରେ ପୋଲିସ୍‌ର ଆଶ୍ରୟ ନେବା ପରେ ବର୍ତ୍ତିଯାଇଥିଲେ।

ନୂଆପଲ୍ଳୀରେ ରହୁଥିବା ଜଣେ ପ୍ରୌଢ଼ ବ୍ୟକ୍ତିଙ୍କୁ ଏକ୍‌ ଏସ୍‌ଏମ୍‌ଏସ୍‌ ଯାଇଥିଲା । ସେହିଭଳି, ଦେଢ଼ ମାସ ତଳେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟବସାୟୀ ଅନ୍‌ଲାଇନ୍‌ ଏସ୍‌କର୍ଟ ସର୍ଭିସ୍‌ ଜରିଆରେ ରୂପଜୀବୀ ଯୋଗାଡ଼ କରିଥିଲେ । ସେ ଯୁବତୀଙ୍କୁ ଏସ୍‌କର୍ଟ ସର୍ଭିସ୍‌ ଦେଇଥିବା ସଂସ୍ଥା ଦ୍ୱାରା ଏକ ହୋଟେଲ୍‌କୁ ଯାଇଥିଲେ । ବ୍ୟବସାୟୀ ଜଣଙ୍କ ରୁମ୍‌କୁ ଯିବା ପୂର୍ବରୁ ଯୁବତୀ ଜଣଙ୍କ ସେଠାକୁ ଯାଇ ନିଜ ମୋବାଇଲ୍‌ ଫୋନ୍‌କୁ ଭିଡିଓ ରେକର୍ଡିଂ ମୋଡ୍‌ରେ ରଖି ରୁମ ଭିତରେ ଲୁଚାଇ ରଖିଥିଲେ ।

ବ୍ୟବସାୟୀ ଜଣଙ୍କ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ସମୟରେ ସବୁ ରେକର୍ଡିଂ ହୋଇଥିଲା । ଯୁବତୀ ଜଣଙ୍କ ଗତ ୧ ତାରିଖରେ ବ୍ୟବସାୟୀଙ୍କୁ ଫୋନ୍‌ କରି ୫୦ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନ’ ହେଲେ ଉକ୍ତ ଭିଡିଓ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଲେ । ବ୍ୟବସାୟୀ ଜଣଙ୍କ ଥାନାକୁ ଯାଇଥିଲେ । ହେଲେ ପୁଲିସ୍‌ କିଛି ଶୁଣିନଥିଲା । ଶେଷରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଘଟଣାର ତଦନ୍ତ ପାଇଁ ଚନ୍ଦ୍ରଶେଖପୁର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.