କଟକ ମଧୁପାଟଣା ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ୍, ଧରିଲେ ସ୍ଥାନୀୟ ଲୋକେ, ୨ ଯୁବକଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | November 20, 2020 IST

କଟକ, ୨୦/୧୧: କଟକ ସହର ମଧୁପାଟଣା ଥାନା ଅନ୍ତର୍ଗତ ଦୁଲାଦେଇ ରୋଡର ଏକ ଘରୁ ସେକ୍ସ ରାକେଟ ଠାବ ହୋଇଛି । ଦୁଇ ଯୁବତୀଙ୍କୁ ଅଟକ ରଖିବା ସହ ୨ ଜଣ ଗ୍ରାହକଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ ।

ଦୁଲାଦେଇ ଅଞ୍ଚଳର ଏକ ଘରେ କିଛି ଦିନ ହେବ ସେକ୍ସ ରାକେଟ ଚାଲୁଥିବା ଖବର ପ୍ରଚାର ହୋଇଥିଲା । ଏହା ପରେ ଗୁରୁବାର ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ସେହି ଘରକୁ ପସି ଉଭୟ ଯୁବକ ଓ ଯୁବତୀଙ୍କୁ ଅସଞତ ଅବସ୍ଥାରେରେ ଥିବା ଦେଖିବାକୁ ପାଇଥିଲେ । ଏନେଇ  ଉଭୟ ଯୁବକ ଓ ଯୁବତୀଙ୍କୁ ଅଟକ ରଖି ମଧୁପାଟଣା ଥାନା ପୋଲିସକୁ ଖବର ଦିଆଯାଇଥିଲା । ପରେ ପୋଲିସ ସେମାନଙ୍କୁ ନିଜ ହେପାଜତକୁ ନେଇଥିଲା ।

{"id":364850,"width":668,"height":365,"sizeSlug":"large"}

ସେକ୍ସ ରାକେଟ ଚାଲୁଥିବା ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ । ତେବେ ଏହି ସେକ୍ସ ରାକେଟର ମୁଖ୍ୟକୁ ପୋଲିସ ଖୋଜୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.