ସେକ୍ସ ରାକେଟ୍ ଠାବ: ୫ଯୁବତୀ ଉଦ୍ଧାର, ୩ ଗ୍ରାହକ ଅଟକ

Published By : Prameya-News7 Bureau | December 04, 2019 IST

କଳାହାଣ୍ଡି ୦୪।୧୨:  କଳାହାଣ୍ଡି ଜିଲ୍ଲା ନକଟିଗୁଡାରେ ସେକ୍ସ ରାକେଟ ଠାବ ହୋଇଛି । ଅସଞ୍ଜତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏହି ରାକେଟ ଆଉ କେତେ ଜଣ ସାମିଲ ରହିଛନ୍ତି ସେନେଇ ପୋଲିସ ଛାନଭିନ ଜାରି ରଖିଛି ।

{"id":193591,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭବାନୀପାଟଣା ନକଟିଗୁଡା  ଠାରେ ଏକ ଭଡା ଘରେ ସେକ୍ସ ରାକେଟ ଚାଲୁଥିବାର ଖବର ପୋଲିସ ପାଇଥିଲା । ଟାଉନ ଥାନା ପୋଲିସ ନକଟିଗୁଡା ସ୍ଥିତ ସେହି ଭଡାଘରେ ଚଢାଉ କରି ପାଞ୍ଚ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ତିନି ଜଣ ଗ୍ରାହକଙ୍କୁ ଅଟକ ରଖିଛି । ଘଟଣାସ୍ଥଳରୁ ମୁଖ୍ୟ ଦଲାଲ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଅଟକ ଥିବା ପାଞ୍ଚ ଯୁବତୀଙ୍କ ମଧ୍ୟରୁ ତିନି ଜଣ ବଙ୍ଗୀୟ ଯୁବତୀ ରହିଥିବାର ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.