ସେକ୍ସ ରାକେଟ୍ ଠାବ ; ଦୁଇ ନାବାଳିକାଙ୍କ ସମେତ ୬ ଗିରଫ

Published By : Prameya-News7 Bureau | March 06, 2019 IST

ନବରଙ୍ଗପୁର ୬|୩: ନବରଙ୍ଗପୁର ପୋଲିସ ଦ୍ବାରା ସେକ୍ସ ରାକେଟ ଠାବ ହୋଇଛି । ଏହି ଘଟଣାରେ ତିନିଜଣ ପୁରୁଷ, ଜଣେ ମହିଳା ଓ ଦୁଇଜଣ ନାବାଳିକାଙ୍କୁ ଗିରଫ କରିଛି  ନବରଙ୍ଗପୁର ପୋଲିସ । ନବରଙ୍ଗପୁର ସହରର  ରାଜୁ ସାହି ଠାରେ ଏହି ସେକ୍ସ ରାକେଟ ଚାଲୁଥିବା ନେଇ ଗତ ଦୁଇ ତାରିଖ ଦିନ ଖବର ପାଇବା ପରେ ଏସପି ଙ୍କ ନିର୍ଦ୍ଦେସ କ୍ରମେ ପୋଲିସ ଏକ ଟିମ୍ ଗଠନ କରି ଚଢ଼ାଉ କରିଥିଲା । 

{"id":91150}

ନବରଙ୍ଗପୁର ସହରର ରାଜୁ ସାହିର ଏକ ଭଡା ଘରେ ଏହି ରାକେଟ୍ ଚାଲିଥିବା ବେଳେ ଚଢ଼ାଉ ସମୟରେ ସେହି ଘରେ ଜଣେ  ପଶ୍ଚିମବଙ୍ଗ ର ନାବାଳିକାକୁ ପାଇଥିଲା ପୋଲିସ । ପୋଲିସ ତାକୁ ପଚରାଉଚରା କରିବା ପରେ ନାବାଳିକା ଠାରୁ ଖବର ପାଇ ପୋଲିସ ଜୟପୁର ସହରର  ପରାବେଢା ଠାରେ ଥିବା ଏକ ଭଡା ଘରେ ରେଡ଼ କରିଥିଲା । ସେଠାରୁ ଜଣେ ମହିଳା ଓ ଇଚ୍ଛାପୁରର  ଜଣେ ପୁରୁଷକୁ ଗିରଫ କରିଥିଲା । ଉକ୍ତ ମହିଳା ଜଣକ ହିଁ କିଙ୍ଗପିନ୍ ବୋଲି ପୋଲିସ ସୂଚନା ଦେଇଛି ।

{"id":91151}

ତେବେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ପୁରୁଷ ଓ ଜଣେ ନାବାଳିକା କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସମ୍ପୃକ୍ତ ମହିଳା ଏବଂ ତାର ସହଯୋଗୀମାନେ ଦେହବ୍ୟବସାୟ ପାଇଁ ବିଭିନ୍ନ ସ୍ଥାନରୁ ଝିଅ ମାନଙ୍କୁ ଆଣି ନବରଙ୍ଗପୁର ଓ ଜୟପୁରରେ ରଖି ଦେହ ବ୍ୟବସାୟ  ଚଳାଉଥିଲେ । ତେବେ ନବରଙ୍ଗପୁର ର ରାଜୁ ସାହିର ଉକ୍ତ ଘରଟି ସୁରେନ୍ଦ୍ର ପଣ୍ଡା ନାମକ ଏକ ବ୍ୟକ୍ତି ଘରଭଡା ନେଇଥିବା ଜଣାପଡିଥିବାବେଳେ ଉକ୍ତ ବ୍ୟକ୍ତି କୁ ପୋଲିସ ଖୋଜୁଛି ।

{"id":91152}

ସେଠାରୁ ପୋଲିସ ପ୍ରଥମେ ଜଣେ ବଙ୍ଗୀୟ ନାବାଳିକା ଝିଅକୁ ପାଇବା ପରେ ସବୁକଥା ଜଣାପଡ଼ିଲା ବୋଲି ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ । ତେବେ  ଏ ମାମଲାରେ ଅନ୍ୟ କେତେଜଣ ସାମିଲ ଅଛନ୍ତି  ସେ ସମ୍ପର୍କରେ  ଅଭିଯୁକ୍ତମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.