Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ବ୍ୟାପକ ଚଢଉ: ସେକ୍ସ ରାକେଟ୍ର ପର୍ଦ୍ଦାଫାସ କରିଲା ପୋଲିସ, ୨୭ ଗିରଫ

24/06/2019 at 11:45 AM

ପୋଲିସ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି। ଏହି ମାମଲାରେ ପୋଲିସ ୨୭ ଜଣଙ୍କୁ ଗିରଫ କରିଛି। ଏକ ମସାଜ ପାର୍ଲରରେ ସେକ୍ସ ରାକେଟ୍‌ ଚାଲିଥିବାର ଧରା ପଡିଛି। ଶ୍ୟାମଲା ହିଲ୍ସରେ ଅଲି ସ୍ପା ଏଣ୍ଡ ଫ୍ୟାମିଲି ହେଆର ସେଲୁନ୍‌ରେ ଏହି ଧନ୍ଦା ଜୋରସୋର୍‌ରେ ଚାଲିଥିଲା। ହୋଟେଲରୁ ୪ ଜଣ ସ୍ଥାନୀୟ ମହିଳା ଓ ୨ ଜଣ ନାଗାଲାଣ୍ଡର ମହିଳାଙ୍କୁ ଗିରଫ କରାଯାଇଛି। ଏହା ସହ ମିସରୋଡରେ ଥିବା ବେଙ୍କକ୍‌ ସ୍ପାରୁ ପୋଲିସ ୬ ଜଣ ଗ୍ରାହକ ଓ ୭ ଜଣ ମହିଳାଙ୍କୁ ଗିରଫ କରିଛି।  

ଏହା ପୂର୍ବରୁ ହରିଆଣାର ଫରିଦାବାଦର ପୋଶ୍‌ ଏରିଆ ସେକ୍ଟର ୨୮ରେ ଜୁନ ମାସ ୪ ତାରିଖରେ ପୋଲିସ ଚଢଉ କରିଥିଲା। ଚଢଉ କରିଥିବାରୁ କଳା କାରାନାମା ସାମ୍ନାକୁ ଆସିଥିଲା। ସେଠାରୁ ୫ ଜଣ ମହିଳା ସମେତ ୬ ଜଣ ଗ୍ରାହକ ଧରା ପଡିଥିଲେ। ସେକ୍ସ ରାକେଟ୍‌ ଚଲାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଜଣେ ଡୁପ୍ଲିକେଟ୍‌ ଗ୍ରାହକ ପଠାଇ ପୋଲିସ ଏହି ଯାଗାରେ ଚଢଉ କରିଥିଲା।  

ଏହା ସହ ଗୁରୁଗ୍ରାମର ଏକ ନାମି ଦାମି ହୋଟେଲରେ ପୋଲିସ ଚଢଉ କରିଥିଲା। ଚଢଉ କରିବା ପରେ ଏହି ହାଇ ପ୍ରୋଫାଇଲ୍ ସ୍ଥାନରେ ସେକ୍ସ ରାକେଟ୍‌ ଚାଲିଥିବା ମାମଲା ସାମ୍ନାକୁ ଆସିଥିଲା। ଘଟଣାସ୍ଥଳରୁ ପୋଲିସ ୨୪ ଜଣ ଗ୍ରାହକ ଓ ଯୁବତୀଙ୍କୁ ଗିରଫ କରିଥିଲା।      

   Related Posts