Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେକ୍ସ ରାକେଟର ପର୍ଦ୍ଦାଫାସ: ୪ ନାବାଳିକା ଉଦ୍ଧାର, ଏଜେଣ୍ଟ ଗିରଫ

11/04/2019 at 10:54 AM

ହୋଟେଲରେ ଚାଲିଥିବା ଦେହ ବ୍ୟବସାୟର ପର୍ଦ୍ଦାଫାସ ହୋଇଛି। ସଂପୃକ୍ତ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ୪ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଜଣେ ଏଜେଣ୍ଟକୁ ଗିରଫ କରିଛି। ତେବେ ରିପୋର୍ଟ ଅନୁସାରେ ଘଟଣା ଘଟିଛି ଦିଲ୍ଲୀ ସ୍ଥିତ ପହାଡଗଞ୍ଜ ଅଞ୍ଚଳରେ । ଏନଜିଓ “ମିଶନ ରେସକ୍ୟୁ ଅପରେସନ” ଦ୍ୱାରା ଦିଲ୍ଲୀ ମହିଳା ଆୟୋଗ(ଡିସିଡବ୍ଲ୍ୟୁ)ର ଅଧକ୍ଷ ସ୍ୱାତୀ ମାଲିୱାଲ ଓ ଅନ୍ୟ ସଦସ୍ୟଙ୍କୁ ସେଠାରେ ଚାଲିଥିବା ସେକ୍ସ ରାକେଟ ବିଷୟରେ ସୂଚନା ମିଳିଥିଲା।
ସୂଚନା ପାଇବା ପରେ ଦିଲ୍ଲୀ ମହିଳା ଆୟୋଗର ଟିମ୍‌ ପୋଲିସକୁ ଏହି ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ପୋଲିସ ହୋଟେଲରେ ଯାଇ ପହଞ୍ଚିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚିଲା ପରେ ହୋଟେଲ ରୁମ୍‌ରୁ ୪ ଜଣ ନାବାଳିକାଙ୍କୁ ଗ୍ରାହକ ସହ ଦେଖିଥିଲା। ସେଠାରୁ ୪ ଜଣ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଥିଲା।  ଉଦ୍ଧାର କରାଯାଥିବା ଝିଅଙ୍କୁ ସେଲଟର ହୋମ ପଠାଯାଇଥିଲା। ପୋଲିସ ମାମଲା ରୁଜୁ କରିଲା ପରେ ଅଭିଯୁକ୍ତ ଏଜେଣ୍ଟ ସାହିଲକୁ ଗିରଫ କରିଥିଲା।
ଏନଜିଓ ମିଶନ ରେସକ୍ୟୁ ଦ୍ୱାରା ହୋଟେଲକୁ ପଠାଯାଇଥିବା ନକଲି ଗ୍ରାହକଙ୍କ ପାଇଁ ଏହି ମିଶନ ସଫଳ ହୋଇଛି। ଉଦ୍ଧାର କରାଯାଇଥିବା ନାବାଳିକାଙ୍କ ମଧ୍ୟରୁ ୨ ଜଣ ନେପାଳ, ଜଣେ ଆସାମ ଓ ଅନ୍ୟ ଜଣେ ବିହାରର ଥିଲେ।  ଡିସିଡବ୍ଲ୍ୟୁର କାଉନସେଲିଂ ସମୟରେ ସେହି ଝିଅମାନେ କହିଥିଲେ ଯେ, ସେମାନେ ବହୁତ ଗରୀବ। ତାଙ୍କ ପରିବାରରେ ଟଙ୍କା ରୋଜଗାର କରିବା ପାଇଁ କେହି ନାହାନ୍ତି। ଜଣେ ଗ୍ରାହକଙ୍କ ପାଖରୁ ସେ ୫୦୦ ଟଙ୍କା ରୋଜଗାର କରନ୍ତି। ୫୦୦ ଟଙ୍କାରୁ ଅଧା ଟଙ୍କା ଏଜେଣ୍ଟ ନେଇଯାଆନ୍ତି। ଦିଲ୍ଲୀରେ ରୋଜଗାର ହୋଇଥିବା ଟଙ୍କା ସେ ତାଙ୍କ ପରିବାରକୁ ପଠାନ୍ତି।
ମସାଜ କରିବା, କ୍ଲବରେ ନାଚିବା ଓ ଦେହ ବ୍ୟାପାର ପାଇଁ ଏଜେଣ୍ଟ ଗ୍ରାହକ ଯୋଗାଇଥାଏ। ଡିସିଡବ୍ଲ୍ୟୁ ଅଧକ୍ଷ ସ୍ୱାତି ମାଲିୱାଲ କହିଥିଲେ ଯେ, ଯେ ପର୍ଯ୍ୟନ୍ତ ଦେହ ବ୍ୟାପାର ବନ୍ଦ ହେବ ନାହିଁ ଦେଶ ଉନ୍ନତି କରିବ ନାହିଁ। ଦୁଃଖର ବିଷୟ ଏହା ଯେ, ଏହିଭଳି ଅପରାଧ ପାଇଁ ଛୋଟ ଝିଅମାନେ ବଳି ପଡୁଛନ୍ତି। ସେମାନେ ଉଦ୍ଧାର କରିବା ପାଇଁ ରେସକ୍ୟୁ ଟିମ୍‌ ପଠାନ୍ତି ସତ କିନ୍ତୁ ଏହି ସମସ୍ୟା ଧିରେ ଧିରେ ବଢିବାର ଲାଗିଛି ବୋଲି ଅଧକ୍ଷ କହିଥିଲେ।

 

   Related Posts