ବଲିଉଡ ହିରୋଇନଙ୍କ ସେକ୍ସ ରାକେଟ : ଫାଇଭ ଷ୍ଟାର ହୋଟେଲରେ ଦେହ ବେପାର , ୨ ରାଣୀ ମହୁମାଛି ଗିରଫ
10/01/2020 at 2:51 PM

ମୁମ୍ବାଇ ୧୦/୧: ବିଗ୍ ବସ୍ ପ୍ରତିଯୋଗୀ ଅରହାନ ଖାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅମୃତା ଧନୋଆ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ମୁମ୍ବାଇ ପୋଲିସ୍ ଅମୃତାଙ୍କୁ ଗୋରେଗାଁଓ ଇଷ୍ଟଇନ୍ ହୋଟେଲରୁ ଗିରଫ କରିଛି। ଅମୃତାଙ୍କୁ ମୁମ୍ବାଇର ଫାଇଭ ଷ୍ଟାର ହୋଟେଲରୁ ଗିରଫ କରାଯାଇଛି। ଏବେ ଅମୃତାଙ୍କୁ ଦିନଦୋଶୀ ପୋଲିସ୍ ଷ୍ଟେସନରୁ ମଜଗାଁଓ କୋର୍ଟ ନିଆଯାଇଛି।

ଅମୃତାଙ୍କ ବ୍ୟତୀତ ଆଉ ଜଣେ ସଂଘର୍ଷ କରୁଥିବା ଅଭିନେତ୍ରୀ ରିଚା ସିଂହଙ୍କୁ ମଧ୍ୟ ଗିରଫ କରାଯାଇଛି।

ସୂଚନା ମିଳିବା ମାତ୍ରେ ପୋଲିସ୍ ଏହି ହୋଟେଲରେ ଚଢ଼ାଉ କରିଥିଲା। ପୋଲିସ୍ ନକଲି ଗ୍ରାହକ ହୋଇ ରାକେଟ ଚଲାଉଥିବା ବ୍ୟକ୍ତିଙ୍କ ସହ ସମ୍ପର୍କ କରିଥିଲେ। ପୋଲିସ ପଞ୍ଝାରେ ପଡ଼ିବାମାତ୍ରେ ସେମାନେ ଗିରଫ ହୋଇଥିଲେ। ଯେଉଁ ଦୁଇ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି ସେମାନେ ଏହି ରାକେଟରେ ଜଡ଼ିତ ଥିଲେ। ଦୁଇ ଅଭିନେତ୍ରୀଙ୍କୁ ସେକ୍ସନ୍-୩୭୦(୩),ଆଇପିସି ୩୪ ଏବଂ ସେକ୍ସନ୍ ୪ଓ ୫ ଅନୁସାରେ ଗିରଫ କରାଯାଇଛି।

ଯେତେବେଳେ ଅମୃତାଙ୍କୁ ରେଡ ବିଷୟରେ ଜଣା ପଡ଼ିଥିଲା,ସେତେବେଳେ ସେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ କିନ୍ତୁ ପୋଲିସ୍ ଠିକ୍ ସମୟରେ ତାଙ୍କୁ ଗିରଫ କରିଥିଲା।
