Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ : ଦଲାଲ ସମେତ ୭ ଗିରଫ, ୬ ଯୁବତୀ ଉଦ୍ଧାର

12/09/2019 at 10:36 AM

ନୂଆଦିଲ୍ଲୀ ୧୨।୯: ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ଚାଲିଥିବା ସେକ୍ସ ର୍ୟାକେଟ୍ ର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାସ୍ଥଳରୁ ଦଲାଲ ସମେତ ୭ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ କିଛି ଗ୍ରାହକ ମଧ୍ୟ ସାମିଲ ଅଛନ୍ତି । ଦଲାଲଙ୍କ କବଜାରୁ ହରିୟାଣା, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର ୬ ପୀଡିତାଙ୍କୁ ଉଦ୍ଧାର କରାଯାଇଛି ।

ପୋଲିସର ସୂଚନା ଅନୁସାରେ ଏହି ରାକେଟ୍ କୁ ଅମିତ ଓରଫ ନୀତିନ ଦିଲ୍ଲୀରୁ ସଞ୍ଚାଳିତ କରୁଥିଲେ । ପୀଡିତାମାନଙ୍କୁ ସେ ବିଭିନ୍ନ ହୋଟେଲ ଏବଂ ଗେଷ୍ଟହାଉସ୍ ରେ ଛାଡିଆସୁଥିଲା ।

ରାଜଧାନୀରେ ଦିଲ୍ଲୀରେ ବିଭିନ୍ନ ହୋଟେଲ ଏବଂ ଗେଷ୍ଟ ହାଉସ୍ ରେ ସେକ୍ସ ରାକେଟ୍ ଚାଲିଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଛି । ଏହି ଟିମ୍ ରେ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ସହ ଜଡିତ ଥିବା ପୋଲିସ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ କିଶନପୁର ଚେକପୋଷ୍ଟରେ ଚେକିଂ ବେଳେ ପୋଲିସ ଦୁଇଟି କାର୍ କୁ ଅଟକାଇଥିଲା । କାର୍ ଡ୍ରାଇଭର ଏବଂ କାରରେ ଥିବା ଲୋକମାନେ ସଠିକ୍ ସୂଚନା ଦେଇପାରିନଥିବାରୁ ପୋଲିସର ସନ୍ଦେହ ହୋଇଥିଲା । ଫଳରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା । ପଚରାଉଚରା ପରେ ସେକ୍ସ ରାକେଟ୍ ନେଇ ସୂଚନା ପାଇଥିଲା ପୋଲିସ । ସେକ୍ସ ରାକେଟ୍ ପର୍ଦ୍ଦାଫାଶ୍ କରିବା ସହ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଦଲାଲ ନିକଟରୁ ୬ ଜଣ ପୀଡିତାଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ । କାର୍ ରୁ ଯାଞ୍ଚ ବେଳେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ମୋବାଇଲ୍ ଚେକିଂ ବେଳେ ଯୁବକୀମାନଙ୍କର ଅଶ୍ଳୀଳ ଫଟୋ ମଧ୍ୟ ପୋଲିସ ଜବତ କରିଛି ।

ପୀଡିତାମାନଙ୍କ ସୂଚନା ଅନୁସାରେ ସେମାନଙ୍କୁ ଦିଲ୍ଲୀରୁ ଅଣାଯାଇଥିଲା । ଦିଲ୍ଲୀରେ ରହୁଥିବା ଦଲାଲ ଅମିତ ସେମାନଙ୍କୁ ଡେରାଡୁନ ପଠାଇବାର କାମ କରୁଥିଲା । ସେମାନଙ୍କୁ ବାଧ୍ୟ ବାଧକତାରେ ସେମାନଙ୍କୁ ଏହି କାମ କରାଯାଉଥିବା ସେମାନେ କହିଛନ୍ତି । ଉଦ୍ଧାର କରିବା ପରେ ଯୁବତୀମାନଙ୍କର ଡାକ୍ତରୀ ମାଇନା କରାଯିବା ପରେ ବୟାନ ରେକର୍ଟ କରାଯାଇଛି ।

   Related Posts