Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସେକ୍ସ ରାକେଟର ପର୍ଦ୍ଦାଫାଶ: ବିନା ଆଇଡିରେ ଅନଲାଇନରେ ଚାଲିଥିଲା ବୁକିଂ, ୬ଟି ରୁମରେ ଥିଲେ ବ୍ୟାଡମିଣ୍ଟନ ଖେଳାଳି…

26/08/2019 at 9:07 PM

ମେରଠ୍‌୨୬|୮: ମେରଠ୍‌ସ୍ଥିତ ଅସମ ହୋଟେଲରେ ଏଏଚଟିୟୁ ଓ ଲାଲକୁର୍ତୀ ପୋଲିସଙ୍କ ଚଢ଼ଉ ବେଳେ ଏଠାରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି।ପୋଲିସ  ସୂଚନା ମୁତାବକ, ଏହି ହୋଟେଲରେ ରୁମ ଅନଲାଇନରେ ବୁକିଂ କରାଯାଉଥିଲା।ଝିଅଙ୍କୁ ସାଙ୍ଗରେ ଧରି ଗ୍ରାହକ ଆସି ହୋଟେଲରେ ରହୁଥିଲେ। ବିନା ଆଇଡିରେ ଝିଅ ଓ ପୁଅଙ୍କୁ ରହିବା ପାଇଁ ଅନୁମତି ଦିଆଯାଉଥିଲା।ବୁକିଂ ପାଇଁ ଟଙ୍କା ନେବା ପରେ ବି ଗ୍ରାହକଙ୍କ ଠାରୁ ଘଣ୍ଟାପ୍ରତି ଏକ ହଜାର କିମ୍ବା ଦୁଇ ହଜାର ଟଙ୍କା ଆଦାୟ କରାଯାଉଥିଲା।

ହୋଟେଲରେ ରହୁଥିବା ଗ୍ରାହକଙ୍କୁ ମନ ପସନ୍ଦର ଝିଅ ମଧ୍ୟ ଯୋଗାଇ ଦିଆଯାଉଥିଲା। ସେଥିଲାଗି ସେମାନଙ୍କୁ ଅଲଗା ଟଙ୍କା  ଦେବାକୁ ପଡ଼ୁଥିଲା।ହୋଟେଲରୁ ପୋଲିସ ଗିରଫ କରିଥିବା ଲୋକଙ୍କ ମଧ୍ୟରୁ ଅନେକ ସାଧାରଣ ଅତିଥି ଥିଲେ। ଏଣୁ ପୋଲିସ ସେମାନଙ୍କୁ ଛାଡ଼ି ଦେଇଛି।ସାଧାରଣ ଲୋକ୍ ସେଠାରେ ଅବସ୍ଥାନ କରୁଥିଲେ ମଧ୍ୟ ହୋଟେଲରେ ଦେହ ବ୍ୟବସାୟ ଚାଲିଥିଲା ବୋଲି ପୋଲିସ କହିଛି।

ଅସମ ହୋଟେଲରେ ପାଖାପାଖି ୩୨ଟି ରୁମ ଥିଲା। ଏହା ମଧ୍ୟରୁ ୨୮ଟି ରୁମକୁ ଅନଲାଇନ ବୁକିଂ ପାଇଁ ରଖା ଯାଇଥିଲା। ଯେତେବେଳେପୋଲିସ ହୋଟେଲର ରେଜିଷ୍ଟର ଯାଞ୍ଚ କଲା କାହାର ହେଲେ ଆଇଡି ମିଳିନଥିଲା। ଏଠାରେ  ରୁମ୍‌ ଦାମ ୧୨୦୦ ଟଙ୍କା  ହେଲେ ଅନଲାଇନ ବୁକିଂ ସମୟରେ ୮୦୦ ଟଙ୍କା ଦେବାକୁ ପଡ଼ିଥାଏ।ବିନା ଆଇଡିରେ ବୁକିଂ କରିବାକୁ ହେଲେ ୧ ହଜାରୁ ୨ ହଜାର ଟଙ୍କା ଅଧିକ ପଡ଼ିଥାଏ।

ପୋଲିସର ସୂଚନା ମୁତାବକ, ବିନା ଆଇଡିରେ ଚାଲୁଥିବା ହୋଟେଲ ସଂପର୍କରେ ପୋଲିସ ଜାଣିବା ପାଇଁ ତାଙ୍କ ଅନଲାଇନ ସାଇଟ୍‌ ମଧ୍ୟ ଯାଞ୍ଚ କରିଥିଲା।ତେବେ ଅନଲାଇନରେ ସୋ କରୁଥିବା ନାମର ବ୍ୟକ୍ତି ସେହି ହୋଟେଲରେ ରହୁ ନଥିଲେ।

ରେଜିଷ୍ଟରରେ କେତେ ଜଣଙ୍କ ନାଁ ଛାଡିଦେଲେ ଆଉ କାହାର ନାଁ ନଥିଲା।ଏହି ହୋଟେଲରେ ବ୍ୟାଡମିଣ୍ଟନ ଖେଳାଳିଙ୍କ ଏକ ଟିମ ମଧ୍ୟ ଅବସ୍ଥାନ କରୁଥିଲା। ଖେଳିଳୀମାନେ ୬ଟି ରୁମରେ ରହୁଥିଲେ। ସୋମାନଙ୍କ ଆଇଡି ଦେଖିବା ପରେ ପୋଲିସ ସେମାନଙ୍କୁ  ଛାଡ଼ିଦେଇଛି। ଏହି ହୋଟେଲରେ ବେଆଇନ କାମ ଚାଲିଥିବାନେଇ  ପୁଲିସ ହାତରେ ତଥ୍ୟଭିତ୍ତିକ ପ୍ରମାଣ ଥିଲା।ଏବେ ଦେହ ବ୍ୟବସାୟରେ ସଂପୃକ୍ତ ଲୋକଙ୍କୁ ପୋଲିସ ଗିରଫ କରିଛି।

   Related Posts