ଥାଇ ସ୍ପାରେ ସେକ୍ସ ରାକେଟ୍ ଠାବ : ସ୍ପା ମାଲିକ ଗିରଫ, ଜଣେ ଦେହଜୀବୀ ଉଦ୍ଧାର

Published By : Prameya-News7 Bureau | December 22, 2019 IST

କୋଲକତା ୨୨।୧୨: କୋଲକାତାରେ ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ ହୋଇଛି । କୋଲକତା ପୋଲିସର ମାନବ ଚାଲାଣ ବିରୋଧୀ ୟୁନିଟ୍ ଏହି ରାକେଟ୍ ର ପର୍ଦ୍ଦାଫାଶ କରିଛି । ଏହି ରାକେଟ୍ ଏକ ଥାଇ ସ୍ପାରେ ଚାଲିଥିଲା । ସ୍ପାର ମାଲିକ ତଥା ମ୍ୟାନେଜରଙ୍କୁ ଗିରଫ କରିବା ସହ ଜଣେ ଦେହଜୀବୀଙ୍କୁ ଅଟକ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ସହରର ବିଭିନ୍ନ ସ୍ଥାନରେ ଥିବା ସ୍ପା ଏବଂ ସାଲୋନଗୁଡିକରେ ସେକ୍ସ ରାକେଟ୍ ଚାଲିଥିବା ନେଇ କୋଲକାତା ପୋଲିସକୁ ସୂଚନା ମିଳିଥିଲା । ଏହାପରେ କୋଲକାତା ପୋଲିସର ମାନବ ଚାଲାଣ ବିରୋଧୀ ୟୁନିଟ୍ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଜଣାପଡିଥିଲା ଯେ, କେନାଲ ସାଉଥ୍ ରୋଡ୍ ରେ ଥିବା ଏକ ଥାଇ ସ୍ପାରେ ସେକ୍ସ ରାକେଟ୍ ଚାଲିଛି । ସୂଚନା ମିଳିବା ପରେ କୋଲକାତା ପୋଲିସର ମାନବ ଚାଲାଣ ବିରୋଧୀ ୟୁନିଟ୍ ସଂପୃକ୍ତ ସ୍ପାରେ ଚଢାଉ କରିଥିଲା । ଚଢାଉ ବେଳେ ସ୍ପାରୁ ଜଣେ ଦେହଜୀବୀଙ୍କୁ ଜଣେ ଗ୍ରାହକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରିଥିଲା ପୋଲିସ । ସ୍ପାର ମାଲିକ ତଥା ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସ୍ପାରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଥିଲା ।

ସ୍ପାରେ ଚାଲିଥିବା ସେକ୍ସ ରାକେଟ୍ ରେ ନିୟୋଜିତ ଥିବା ମହିଳା ଜଣଙ୍କ ଗରିବ ପରିବାରର ଥିଲେ । ତାଙ୍କୁ ଅଧିକ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ସ୍ପା ମାଲିକ ଏଠାକୁ ଆଣିଥିଲେ । ଏହାପରେ ସେ ତାଙ୍କୁ ସେକ୍ସ ରାକେଟ୍ ରେ ନିୟୋଜିତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.