ସ୍ପା ସେଣ୍ଟର ଆଳରେ ଚାଲିଥିଲା ସେକ୍ସ ରାକେଟ : ୨୫ଜଣ ଯୁବତୀଙ୍କ ସମେତ ୩୫ଜଣ ଗିରଫ

Published By : Prameya-News7 Bureau | July 01, 2019 IST

ନୋଏଡ଼ା ୧/୭: ଦିଲ୍ଲୀରୁ ନୋଏଡ଼ାର ସେକ୍ଟର ୧୮ରେ ଥିବା ଏକ ସ୍ପା ସେଣ୍ଟର ଆଳରେ ଚାଲିଥିବା ସେକ୍ସ ରାକେଟର ପୋଲିସ୍ ଗତକାଲି ରାତିରେ ପର୍ଦ୍ଦାଫାଶ କରିଛି। ପୋଲିସ୍ ୨୫ଜଣ ଯୁବତୀଙ୍କୁ ଏବଂ ୧୦ଜଣ ଯୁବକଙ୍କୁ ଗିରଫ କରିଛି। କୁହାଯାଉଛି,ଏହି ଅନୈତିକ ଧନ୍ଦା ଚାଲିବା ପଛରେ ସ୍ଥାନୀୟ ପୋଲିସର ହାତ ଥିଲା। ଏହି କାରଣରୁ ଚଢ଼ଉର ସୂଚନା କୋତଓ୍ବାଲିର ସେକ୍ଟର ୨୦ରେ ପୋଲିସକୁ ମଧ୍ୟ ଦିଆଯାଇନଥିଲା। ଚଢ଼ଉର ଖବର ଯେତେବେଳେ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା ତୁରନ୍ତ ଏସଏଚଓ ସେକ୍ଟର ୨୦ର ପୋଲିସ୍ ଟିମ୍ ସହ ସ୍ପା ସେଣ୍ଟର ପହଞ୍ଚିଥିଲେ। ସ୍ପା ସେଣ୍ଟରରୁ ଆପତ୍ତିଜନକ ଜିନିଷ ମିଳିଥିଲା। ଚଢ଼ଉବେଳେ ମଧ୍ୟ କେତେକ ଲୋକ ଅସଙ୍ଗତ ଅବସ୍ଥାରେ ଥିଲେ।

ସ୍ପା ମାଲିକ ଏଯାଏଁ ଫେରାର ରହିଛି। ତାକୁ ଗିରଫ କରିବା ପାଇଁ ପୋଲିସ୍ ଟିମ୍ ଖୋଜାଖୋଜି ଏଯାଏଁ ଜାରି ରଖିଛି। ଏସପିଙ୍କ କହିବାନୁସାରେ ଅନିୟମିତତା ଏବଂ ସନ୍ଦେହଜନକ ଜିନିଷ ମିଳିବା କାରଣରୁ ୧୪ଟି ସ୍ପା ସେଣ୍ଟରକୁ ସିଲ୍ କରି ଦିଆଯାଇଛି। ଚଢ଼ଉ ସମୟରେ ଏକ ଲକ୍ଷ ଟଙ୍କା,ବିୟର ବୋତଲ ଏବଂ ଅନ୍ୟାନ୍ୟ ବସ୍ତୁ ଜବତ କରାଯାଇଛି। ଏଗୁଡ଼ିକ ମଧ୍ୟ ସିଲ୍ କରି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.