Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଭୁବନେଶ୍ୱର ଶାସ୍ତ୍ରୀ ନଗରରେ ସେକ୍ସ ରାକେଟ୍: ଖସି ଗଲେ ୫ ଝିଅ, ଧରାପଡିଲା କିଙ୍ଗପିନ୍

11/10/2019 at 8:35 PM

ଭୁବନେଶ୍ୱର ୧୧।୧୦ : ଦଶହରା ଲାଗି ଭୁବନେଶ୍ୱରରେ ସେକ୍ସ ରାକେଟ୍ ସକ୍ରିୟ ହୋଇଛି। ତେବେ ପୋଲିସ ପକ୍ଷରୁ ବ୍ୟାପକ ଚଢଉ ବେଳେ ଶାସ୍ତ୍ରୀ ନଗରର ଏକ ସ୍ପାରେ ସେକ୍ସ ରାକେଟ୍ ଚାଲିଥିବା ଜଣାପଡିଛି। ପୋଲିସ ଚଢଉ କରି ଏଠାରୁ ଜଣେ ଦଲାଲକୁ ଗିରଫ କରିଥିବା ବେଳେ ସ୍ପାରେ କାମ କରୁଥିବା ୫ ଜଣ ଯୁବତୀ ଫେରାର ହୋଇଯାଇଛନ୍ତି। ଖାରବେଳନଗର ପୋଲିସ ଏହି ଚଢଉ କରିଥିବା ଜଣାପଡିଛି। ଫେରାର ହୋଇଯାଇଥିବା ଝିଅଙ୍କ ସମେତ ସ୍ପା ସେଣ୍ଟରର ମାଲିକଙ୍କୁ ପୋଲିସ ଖୋଜୁଛି।

ଦୀର୍ଘ ଦିନ ଧରି ଶାସ୍ତ୍ରୀ ନଗରରେ କ୍ରିଷ୍ଣା ସ୍ପା ସେଣ୍ଟର ନାମରେ ସେକ୍ସ ରାକେଟ୍ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ସେକ୍ସ ରାକେଟ୍ ଚାଲିଥିବା ସ୍ଥାନୀୟ ଜନସାଧାରଣ ପୋଲିସକୁ ସୂଚନା ଦେଇଆସୁଥିଲେ ମଧ୍ୟ ପୋଲିସ ଅତୀତରେ କେବେ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିଲା। ତେବେ ଶୁକ୍ରବାର ସନ୍ଧ୍ୟାରେ ଲୋକେ ସେକ୍ସ ରାକେଟ୍ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ  ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ପୋଲିସ ପହଞ୍ଚି ସ୍ପା ସେଣ୍ଟରକୁ କବଜାକୁ ନେଇଥିଲା। ସ୍ପା ସେଣ୍ଟର ଭିତରେ ଯାଞ୍ଚ ବେଳେ ୧୦ଟି ନିଭୃତ କକ୍ଷ ଥିବା ପୋଲିସ ଦେଖିବାକୁ ପାଇଥିଲା। ତେବେ ପୋଲିସ ସେଠାରେ ପହଞ୍ଚିବା ପୂର୍ବରୁ ସ୍ପା ସେଣ୍ଟରରେ କାର୍ଯ୍ୟରତ ଝିଅମାନେ ଫେରାର ହୋଇଯାଇଥିଲେ।

ଏହାକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ  ପୋଲିସର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି।  ରାଜଧାନୀର ବିଭିନ୍ନ ସ୍ପା ସେଣ୍ଟରରେ ବରାବର ସେକ୍ସ ରାକେଟ୍ ଚାଲୁଛି । ଏଥିସହିତ ସହର ଉପାନ୍ତରେ ରହିଥିବା ବିଭିନ୍ନ ଆପାର୍ଟମେଣ୍ଟରେ ମଧ୍ୟ ସେକ୍ସ ରାକେଟ୍ ଚାଲିଛି।  

   Related Posts