Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେକ୍ସ ରାକେଟ୍ର ପର୍ଦ୍ଦାଫାସ, ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

23/07/2019 at 5:48 PM

ଶିମଲା୨୩|୭: ଦେଶର ଫେମସ ପର୍ଯ୍ୟଟକ ସ୍ଥାନ ମଧ୍ୟରୁ ଗୋଟେ ହେଉଛି ହିମାଞ୍ଚଳ ପ୍ରଦେଶ । ଶିମଲା, ମନାଲି ଓ କୁଲୁ ଭଳି ସ୍ଥାନକୁ ବର୍ଷ ସାରା ଅନେକ ଲୋକ ବୁଲାବୁଲି କରିବାକୁ ଆସନ୍ତି। ତେବେ ଏଭଳି ସ୍ଥାନରେ ମଧ୍ୟ ଦେହବ୍ୟବସାୟ ଚାଲୁଛି। ଏଠାରେ ଦେହ ବ୍ୟବସାୟ ଚଲାଇବାକୁ ବିଦେଶରୁ ଯୁବତୀମାନଙ୍କୁ ଆଣି ଏହି ଧନ୍ଦାରେ ଲଗାଯାଏ। ଦୀର୍ଘ ଦିନ ଧରି ଏଠାରେ ସେକ୍ସ ରାକେଟ ଚାଲୁଥିଲା । ଗୁପ୍ତ ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ଚଢଉ କରିଥିଲା। ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍‌ ହେବା ପରେ ପୋଲିସ ସେଠାରୁ ୨ ଜଣ ମହିଳାଙ୍କୁ ଉଦ୍ଧାର କରିଛି।

ଦୁଇ ଜଣ ଯୁବତୀ ବାହାର ରାଜ୍ୟର ଥିଲେ। ଜୋର ଜବରଦସ୍ତ କରି ଉଭୟଙ୍କୁ ଏହି ଧନ୍ଦାରେ ଲଗାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ମଣ୍ଡି ସଦରର ରାମନଗର ଇଲାକାରେ ପୋଲିସ ଏହି ଚଢଉ କରିଥିଲା। ମଣ୍ଡିର ଜଣେ ମହିଳା ନିଜ ଘରେ ଏହି କାରନାମା କରୁଥିଲେ। ନିଜ ଘରେ ଦେହଜୀବୀମାନଙ୍କୁ ରଖି ସେକ୍ସ ରାକେଟ ଚଳାଉଥିଲେ।

ହୋଟେଲକୁ ମଧ୍ୟ ଦେହଜୀବୀମାନଙ୍କୁ ପଠାଯାଉଥିଲା। ଦୀର୍ଘ ଦିନ ଧରି ଚାଲୁଥିବା ଏହି ଧନ୍ଦା ବିଷୟରେ ଆଖପାଖ ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିବା ପରେ ପୋଲିସ ଛଢଉ କରିଥିଲା। ପୋଲିସ ସେଠାରେ ଚଢଉ କରିବା ପରେ ଘଟଣା ସ୍ଥଳରୁ ଧନ୍ଦା ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ହୋଇଥିବା ଯୁବତୀକୁ ପୋଲିସ ପଚରା ଉଚରା କରୁଛି। ପୋଲିସ  ମାମଲା ରୁଜୁ କରି ଅନୁସନ୍ଧାନ କରୁଛି।

   Related Posts