ରାଉରକେଲାରେ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ : ୩ ଯୁବତୀ ଉଦ୍ଧାର, ୨ ଗ୍ରାହକ ଗିରଫ

Published By : Prameya-News7 Bureau | September 02, 2019 IST

ରାଉରକେଲା ୨।୯: ରାଉରକେଲା ସେକ୍ଟର-୧୭ ଅଞ୍ଚଳରୁ ସେକ୍ସ ରାକେଟ୍ ଠାବ ହୋଇଛି । ସେକ୍ଟର-୧୫ ଥାନା ପୋଲିସ ଚଢାଉ କରି ଏହି ରାକେଟ୍ ର ପର୍ଦ୍ଦାଫାଶ କରିଛି । ଘଟଣାସ୍ଥଳରୁ ୩ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ରାକେଟ୍ ର କିଙ୍ଗପିନ୍ ମଧ୍ୟ ପୋଲିସ ପଞ୍ଝାରେ ପଡିଛି ।

ସୂଚନାଯୋଗ୍ୟ ଯେ, ରାଉରକେଲା ସେକ୍ଟର-୧୭ ଅଞ୍ଚଳର ଆରଏସପି କ୍ବାର୍ଟରରେ ସେକ୍ସ ରାକେଟ୍ ଚାଲିଥିବା ନେଇ ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା । ଫଳରେ ପୋଲିସ ଟିମ୍ ଗତକାଲି ବିଳମ୍ବିତ ରାତିରେ ସେଠାରେ ଚଢାଉ କରିଥିଲେ । ଚଢାଉ ବେଳେ ଯୁବକ ଏବଂ ଯୁବତୀ ଆପତ୍ତିଜନକ ଅବସ୍ଥାରେ ଥିଲେ । ପୋଲିସ ସେଠାରୁ ୩ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଗ୍ରାହକଙ୍କୁ ଗିରଫ କରିଛି । ରାକେଟ୍ ର କିଙ୍ଗପିନ୍ କୁ ମଧ୍ୟ ପୋଲିସ ଗିରଫ କରିଛି । ତେବେ ଏଥିରେ ଆଉ କାହାର ସଂପୃକ୍ତି ଅଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.