ଦେହ ବ୍ୟବସାୟରେ ଫ୍ୟାକ୍ଟ୍ରି ମାଲିକ, ସିଏ ଏବଂ ଜଣେ ଯୁବତୀଙ୍କ ସମେତ ୫ ଗିରଫ, ହ୍ୱାଟଆପ୍ ରେ ହେଉଥିଲା ବୁକିଙ୍ଗ

Published By : Prameya-News7 Bureau | August 26, 2019 IST

ଋଷିକେଶ ତପୋବନସ୍ଥିତ ଏକ ହୋଟେଲ ଉପରେ ଚଢଉ କରି ପୋଲିସ ଜଣେ ଯୁବତୀଙ୍କ ସମେତ ମୋଟ ୫ ଜଣଙ୍କୁ ଦେହ ବ୍ୟବସାୟ ଅଭିଯୋଗରେ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ହରିଦ୍ୱାରର ୨ ଜଣ ଫ୍ୟାକ୍ଟ୍ରି ମାଲିକ ଥିବା ବେଳେ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ଅନ୍ୟ ଜଣକ ହୋଟେଲର ମ୍ୟାନେଜର ବୋଲି ପୋଲିସ କହିଛି ।  ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ପୋଲିସ ହୋଟେଲର ୩ଟି ରୁମକୁ ସିଲ କରିଦେଇଛି।

{"id":149292,"width":585,"height":305}

ପ୍ରାଥମିକ ତଦନ୍ତରୁ ହ୍ୱାଟସ୍ ଆପରେ ଅଭିଯୁକ୍ତମାନେ ଦେହ ବ୍ୟବସାୟ ଲାଗି ବୁକିଙ୍ଗ କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ଯୁବତୀଙ୍କ ଫଟୋ ହ୍ୱାଟସ୍ ଆପ୍ ରେ ପଠାଯିବା ପରେ ଗ୍ରାହକଙ୍କ ପସନ୍ଦ ଅନୁସାରେ ମୁଲଚାଲ ହେଉଥିଲା। ତେବେ ମୁନିକୋରେତୀ ପୋଲିସକୁ ଏ ନେଇ ମିଳିଥିବା ସୂଚନା ଆଧାରରେ ତପୋବନସ୍ଥିତ ହୋଟେଲ ଉପରେ ଚଢଉ କରାଯାଇଥିଲା। ଚଢଉ ବେଳେ ଅସଞ୍ଜତ ଅବସ୍ଥାରେ ଯୁବତୀ ଓ ଗ୍ରାହକଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ମୋବାଇଲ ଫୋନ ଓ ନଗଦ ଟଙ୍କା ବି ଜବତ କରିଛି।  ତେବେ ଯୁବତୀଙ୍କୁ ପଚରା ଉଚରାରୁ ଏଠାରେ ରିତିମତ ଏକ ସେକ୍ସ ରାକେଟ ଚାଲିଥିବାର ପୋଲିସ ଜାଣିବାକୁ ପାଇଛି।  ସ୍ଥାନୀୟ ବ୍ୟବସାୟୀଙ୍କ ପ୍ରରୋଚନାରେ ସେ ବିଭିନ୍ନ ସ୍ଥାନରୁ ଯୁବତୀଙ୍କୁ ଡକାଇ ଆଣି ଏଠାରେ ଦେହ ବ୍ୟବସାୟ କରୁଥିବା କହିଛି।

{"id":149293,"width":581,"height":291}

ଯୁବତୀଙ୍କ ସୂଚନା ଅନୁସାରେ ଜଣେ ଗୁଡ ବେପାରୀ, ଜଣେ ତେଲ ବେପାରୀ ଓ ଅନ୍ୟ ଜଣେ ପ୍ଲାଜା ବେପାରୀ ଏହି ବ୍ୟବସାୟ ସହ ସମ୍ପୃକ୍ତ ଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଗୁଡବେପାରୀ ହୋଟେଲକୁ ଯା ଆସ କରୁଥିବା ବେଳେ ତେଲ ଓ ପ୍ଲାଜା ବ୍ୟବସାୟୀ ଘରକୁ ଯୁବତୀ ମଗାଉଥିବାର ଯୁବତୀ କହିଛନ୍ତି। ପୋଲିସ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ସେମାନେ ଫେରାର ହୋଇଯାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.