Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଆ,ପୁଅ ନିଜ ଘରେ ଚଳାଉଥିଲେ ସେକ୍ସ ରାକେଟ : ୫ ଗିରଫ

30/04/2019 at 12:20 PM

ରାୟପୁର ୩୦/୪: ଛତିଶଗଡ଼ର ରାଜଧାନୀ ରାୟପୁରରେ ପୋଲିସ୍ ରବିବାର ରାତିରେ ଏକ ବଡ଼ ଧରଣର ସେକ୍ସ ରାକେଟର ୫ଜଣଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି। ଏହି ରାକେଟକୁ ମା-ପୁଅ ଯୋଡ଼ି ନିଜ ଘରେ ଚଳାଉଥିଲେ। ପୁଅ ଝିଅମାନଙ୍କୁ ଖୋଜୁଥିଲା। ରାକେଟରେ ଏପରି ଝିଅ ନିୟୋଜିତ ଥିଲେ ଯେଉଁମାନେ ଗରିବ ଥିଲେ ଏବଂ କାମ ଖୋଜୁଥିଲେ।

ଗତକାଲି ମା-ପୁଅ ଦୁଇଜଣଙ୍କୁ ଗିରଫ କରି ନିଆଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ସହ ୫ଜଣଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ପୁଅ ଝିଅଙ୍କୁ ପ୍ରେମରେ ଫସାଇ ଏହି ଧନ୍ଦାରେ ନିୟୋଜିତ କରୁଥିଲା। ମହିଳାଙ୍କ ପୁଅ ନାଁ ମୁକେଶ ବର୍ମା। ସେ ଝିଅଙ୍କୁ ସୋଶିଆଲ ନେଟଓ୍ବାର୍କିଙ୍ଗ ସାଇଟ୍ ଏବଂ ଫେସବୁକରେ ବନ୍ଧୁତା​‌ କରି ବନ୍ଧୁତା ନାଁରେ ସାହାଯ୍ୟ କରିବ ବୋଲି ପ୍ରତିଶୃତି ଦେଇ ଫସାଉ ଥିଲା। ସମସ୍ତ ଅଭିଯୁକ୍ତ ୩/୪ବର୍ଷରୁ ଏହି ଧନ୍ଦାରେ ସାମିଲ ଥିଲେ। କିନ୍ତୁ ଏହି ରାକେଟରେ ପାଖାପାଖି ୩୦ଜଣ ସମ୍ପୃକ୍ତ ଅଛନ୍ତି ବୋଲି ସୂଚନା ମିଳିଛି। ଡିଏସପିଙ୍କ କହିବାନୁସାରେ ଏବେ ଏହି ମାମଲାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।    

   Related Posts