ରାୟଗଡାରେ ସେକ୍ସ ରାକେଟ୍ ଠାବ, ୩ ଯୁବକ ଗିରଫ, ୨ ଯୁବତୀ ଉଦ୍ଧାର

Published By : Prameya-News7 Bureau | September 23, 2019 IST

ରାୟଗଡା ୨୩।୯: ରାୟଗଡା ସହରର ଏଫସିଆଇ ଛକରେ  ପୋଲିସ ସେକ୍ସ ରାକେଟ୍ ଠାବ କରିଛି ।  ଘଟଣାରେ ୩ ଜଣ ଯୁବକଙ୍କୁ ଗିରଫ କରିବା ସହ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଗିରଫ ୩ ଯୁବକ ହେଲେ କିନପିନ ଚନ୍ଦନ କୁମାର ଚୌଧୁରୀ, ସୋନୁ ମଲ୍ଲିକ ଓ ବିକୁ କୁମାର ତାଣ୍ଡି ।

{"id":161321}

ସେହିଭଳି ୨ ଯୁବତୀ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି। ଏକ  ଭଡା ଘରେ ସେକ୍ସ ରାକେଟ ଚାଲିଥିବା ନେଇ ପୋଲିସ  ସୂଚନା ପାଇଥିଲା  । ଏହାପରେ ପୋଲିସର ଏକ ସ୍ଵତନ୍ତ୍ର ଟିମ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ୨ ଯୁବକ ଅସଞ୍ଜତ ଅବସ୍ଥାରେ ଥିଲେ । ଘଟଣାସ୍ଥଳରେ ସେମାନଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ଯୁବତୀ ମାନଙ୍କୁ କାଉନସେଲିଂ ପରେ ସ୍ଵଧାର ଗୃହକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.