ଯାଜପୁରରୁ ପୁରୀ ସେକ୍ସ ରାକେଟ୍, ଛଦ୍ମବେଶୀ ଦଲାଲଙ୍କ ମୁଖା ତଳେ ସାଙ୍ଘାତିକ ସୂଚନା

Published By : Prameya-News7 Bureau | September 15, 2020 IST

ପୁରୀ, ୧୫|୦୯ :   କରୋନା କଟକଣା ହଟିଲା । ଦୀର୍ଘଦିନ ଧରି ବନ୍ଦ ଥିଲା ଦେହ ବ୍ୟବସାୟ । ଏବେ କିନ୍ତୁ କରୋନା କଟକଣା ହଟିଛି ଓ ବିଭିନ୍ନ ହୋଟେଲ୍ ଲଜ୍ ଆଦି ଖୋଲିଛି । ଏହାର ସୁଯୋଗ ନେଇ ପୁଣି ଆରମ୍ଭ ହୋଇଯାଇଛି ଦେହ ବ୍ୟବସାୟ । ପବିତ୍ର ଧର୍ମାନୁଷ୍ଠାନ ପୁରୀରେ ଏକ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ ।

ପୁରୀର ସମସ୍ତ ହୋଟେଲ ଏବେ ପର୍ଯ୍ୟଟକଙ୍କୁ ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଏଭଳି ପରିସ୍ଥିତିରେ ଦେହଜୀବୀମାନେ ମଧ୍ୟ ଅର୍ଥ ଉପାର୍ଜନ ପାଇଁ ପୁରୀକୁ ଟାର୍ଗେଟ କଲେଣି। ଏଥିପାଇଁ ଗ୍ରାହକ ଯୋଗାଡଠୁ ଆରମ୍ଭ କରି ଅନେକ ଆସାମାଜିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ଗଲାଣି । ଏଭଳି ଘଟଣା ଦେଖିବାକୁ ମିଳିଛି ବଳିଆପଣ୍ଡା ଥାନା ଅଞ୍ଚଳରେ । ଏହି ଅଞ୍ଚଳରେ ଥିବା ଏକ ହୋଟେଲରୁ ପୋଲିସ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ।

ସୂଚନାନୁସାରେ, ଦୁଇଜଣ ଦେହଜୀବୀଙ୍କୁ ନେଇ କିଛି ବ୍ୟକ୍ତି ପୁରୀ ଆସି ଏକ ହୋଟେଲରେ ରହିଥିଲେ । ଏହାସହ ଆସାମାଜିକ କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଥିଲେ । ପୋଲିସ ଏହାର ସୁରାକ ପାଇଥିଲା । ତେବେ ପୋଲିସ ଚଢ଼ାଉ କରି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଦେହଜୀବୀଙ୍କୁ ଉଦ୍ଧାର କରିଛି। ତେବେ ଗିରଫ ହୋଇ ଥିବା ଦୁଇଜଣ ବ୍ୟକ୍ତି ରାଜ୍ୟର ଏକ ପ୍ରମୂଖ ସଂଗଠନର କର୍ମକର୍ତା ବୋଲି ପୁରୀ ପୋଲିସ ସୂଚନା ଦେଇଛି। ଦୁଇ ଜଣ ଗିରଫ ବ୍ୟକ୍ତି ହେଲେ ଯାଜପୁର ରୋଡ଼ ଅଂଚଳର ଚିନ୍ମୟ ସ୍ୱରୂପ ପଣ୍ଡା ଓ ଚିନ୍ମୟ ରଂଜନ ରାଉତ । ଏମାନଙ୍କୁ ପୋଲିସ ଗିରଫ କରିଥିବା ବେଳେ ଇମମୋରଲ ଟ୍ରାଫିକିଂ ଆକ୍ଟ ଲଗାଇ ପୋଲିସ କୋର୍ଟ ଚାଲାଣ କରିଛି। ସେପଟେ ପୁରୀରେ ଏହି ବେଆଇନ କାର୍ଯ୍ୟକୁ ରୋକ୍ ଲଗାଇବା ପାଇଁ ବିଭିନ୍ନ ହୋଟେଲ ଉପରେ କଡା ନଜର ରଖିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.